ବୌଦ୍ଧ: ବିଳମ୍ବିତ ରାତିରେ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହେଲେ ବସ୍ ଓ ପିକ୍ଅପ୍ ଭ୍ୟାନ୍। ଏଥିରେ ୧୧ ଜଣ ଯାତ୍ରୀ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ୍ ଅନ୍ତର୍ଗତ ଚାରି ଛକ ତହସିଲ କାର୍ଯ୍ୟାଳୟ ନିକଟରେ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବଡ଼ପଣ୍ଡା ନାମକ ଏକ ଯାତ୍ରୀବାହୀ ବସ ବ୍ରହ୍ମପୁରରୁ ବଲାଙ୍ଗିର ଅଭିମୁଖେ ଯାଉଥିଲା। ଏହି ହି ସମୟରେ ଚାରି ଛକ ତହସିଲ କାର୍ଯ୍ୟାଳୟ ନିକଟରେ ବୀପରିତ ଦିଗରୁ ଏକ ମାଲ ବୋଝେଇ ପିକଅପ୍ ଭ୍ୟାନ୍ ବି ଆସୁଥିଲା। ଦୁଇଟି ଗାଡ଼ି ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିଲେ।
ଏହି ଦୁର୍ଘଟଣାରେ ପିକଅପ୍ ଭ୍ୟାନ୍ ଡ୍ରାଇଭର ଓ ହେଲପର ସମେତ ବସ୍ରେ ଥିବା ୧୧ଜଣ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ଅପ୍ଡେଟ୍ ମିଳିପାରି ନାହିଁ।
Comments are closed.