Latest Odisha News

ଆଦାନୀ-ହିଣ୍ଡେନବର୍ଗ ମାମଲା, ସେବିକୁ କ୍ଲିନ୍ ଚିଟ୍ ଦେଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ମାମଲାରେ ସୁପ୍ରିମକୋର୍ଟ ଦ୍ୱାରା ଗଠିତ କମିଟି ଦେଇଥିବା ବେଳେ କୌଣସି ନିଷ୍କର୍ସ ମିଳିନାହିଁ । ରିପୋର୍ଟରେ କୁହାଯାଇଛି, ଆଦାନୀ ଗ୍ରୁପ୍ କମ୍ପାନୀର ସେୟାରରେ ଏପେଟ ସେପଟ ଉପରେ ନଜର ରଖିବାରେ ସେବି ବିଫଳ ହୋଇଛି । କମିଟି ଆହୁରି କହିଛି, ସମସ୍ତ ଯାଞ୍ଚ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂରା ହେବା ଆବଶ୍ୟକ ।

କମିଟିର ରିପୋର୍ଟରେ କୁହାଯାଇଛି, ଜାନୁଆରୀ ୨୪ରେ ହିଣ୍ଡେନବର୍ଗର ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପର କମ୍ପାନୀରେ ରିଟେଲ୍ ନିବେଶକଙ୍କ ଅଂଶଧନ ବଢ଼ିଛି । ଏବଂ ପୂରା ଘଟଣାକ୍ରମରେ କେବଳ ଆଦାନୀ ଗ୍ରୁପର ସେୟାର ଖସିଛି ଓ ବଢ଼ିଛି । ଭାରତୀୟ ସେୟାର ବଜାରର ଷ୍ଟକ୍ସରେ ଆଦାନୀ ଗ୍ରୁପର ସେୟାରରେ ଏହାର ପ୍ରଭାବ ପଡ଼ି ନାହିଁ ।

କମିଟି ଅନୁସାରେ, ସେବି ୧୩ଟି ସନ୍ଦିଗ୍ଧ ଦେଣନେଣ ଚିହ୍ନଟ କରିଥିବା ବେଳେ ଏହି ଟ୍ରାଞ୍ଜାକ୍ସନ କେଉଁ ଉଦ୍ଦେଶ୍ୟରେ ହୋଇଛି ତାର ତଦନ୍ତ ଚାଲିଛି । ସେବି ଏନେଇ ତଥ୍ୟ ସଂଗ୍ରହ କରୁଛି ଏବଂ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ତଦନ୍ତ ସମ୍ପୂର୍ଣ୍ଣ ହେବା ଆବଶ୍ୟକ ।

Leave A Reply

Your email address will not be published.