ବହୁତ ସହର ଓ ଗାଁ ବିଷୟରେ ଆପଣ ହୁଏତ ଶୁଣିଥିବେ ଅନେକ ଚମତ୍କାର କାହାଣୀ । ଦୁନିଆରେ ବହୁତ ଗାଁ ଅଛି; ଯାହାର ଏଭଳି କିଛି କାରଣରୁ ସ୍ୱତନ୍ତ୍ର ପରିଚୟ ରହିଛି । କେଉଁଠି ଖାଦ୍ୟପେୟ, ଚଳଣୀ, ପରମ୍ପରା ଓ ସଂସ୍କୃତି ନିଆରା ହୋଇଥାଏ ତ ଆଉ କେଉଁଠି ଥାଏ ଅଜବ ଘଟଣା । ହେଲେ ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହୁଛୁ ଯେଉଁଠି ଗୋଟେ ଝିଅ ତରୁଣ ଅବସ୍ଥାକୁ ଆସିବା ପରେ ଆପେ ଆପେ ପୁଅ ପାଲଟିଯାଏ ।
ଡୋମିନିକାନ୍ ରିପବ୍ଲିକର ଏକ ଛୋଟ ଗାଁ ହେଉଛି ସାଲିନାସ । ଏହି ଗାଁରେ ଏକ ଅଜବ ଘଟଣା ଦେଖିବାକୁ ମିଳେ । ଏଠାକାର ଝିଅମାନଙ୍କର ତରୁଣ ଅବସ୍ଥାରେ ଶାରିରୀକ ଓ ମାନସିକ ସ୍ତରରେ ଅନେକ ପରିବର୍ତ୍ତନ ଘଟେ । ଝିଅମାନେ ତରୁଣ ଅବସ୍ଥାକୁ ଆସିବା ପରେ ସେମାନଙ୍କ ଲିଙ୍ଗ ଆପେ ବଦଳିଯାଏ । ଶାରିରୀକ ଗଠନ ବଦଳିଯିବା ସହ କଣ୍ଠସ୍ୱର ମଧ୍ୟ ବଦଳିଯାଏ । ପରେ ସେମାନେ ପୁଅ ପାଲଟି ଯାଆନ୍ତି । ଏହି କାରଣ ଲାଗି ଏହି ଗାଁ ଅଭିଶପ୍ତ ଗାଁ ବୋଲି ଏଠାକାର ଲୋକେ କୁହନ୍ତି । ଆଉ ଗାଁରେ ଗୋଟେ ଝିଅ ଜନ୍ମ ହେଲେ ଦୁଃଖ ବି କରନ୍ତି । ଗାଁର ୯୦ଜଣ ପିଲାରୁ ଜଣେ ପିଲା ଏହି ସ୍ଥିତି ଦେଇ ଗତି କରିଥାଏ । ତେବେ ଏହାର କାରଣ କ’ଣ ବର୍ତ୍ତମାନ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ସ୍ପଷ୍ଟ କରିପାରି ନାହାନ୍ତି । ତେବେ ଡାକ୍ତର କହୁଛନ୍ତି ଏହା କୌଣସି ଆନୁବଂଶିକ ବିକାର ଅଟେ । ସ୍ଥାନୀୟ ଭାଷାରେ ଏଭଳି ରୋଗରେ ପିଡିତ ପିଲାଙ୍କୁ ସୁଡ଼ୋହର୍ମାଫ୍ରଡାଇଟ୍ କୁହାଯାଏ । ଏହି କାରଣରୁ ଏବେ ଏଠାରେ ଝିଅଙ୍କ ସଂଖ୍ୟା କମିବାକୁ ଲାଗିଲାଣି ।
Comments are closed.