Latest Odisha News

BREAKING NEWS

ଆଇପିଏଲ୍‌ରେ କ୍ରିସ୍‌ ଗେଲ୍‌କୁ ପଛରେ ପକାଇ ନମ୍ବର ୱାନ୍ ହେଲେ ବିରାଟ କୋହଲି

ମୁମ୍ବାଇ: ଗତକାଲି ଗୁଜରାଟ ଟାଇନ୍ସ ବିପକ୍ଷରେ ଶତକ ହାସଲ କରି ଆଇପିଏଲ୍‌ରେ ରେକର୍ଡ କରିଛନ୍ତି ବିରାଟ କୋହଲି। କ୍ରିସ୍‌ ଗେଲ୍‌ଙ୍କୁ ପଛରେ ପକାଇ ହେଲେ ନମ୍ବର ୱାନ୍ ବ୍ୟାଟର। ଗତ ଦୁଇ ଦିନ ହେଲା ଲାଗତର ଦୁଇଟି ଶତକ ମାରିଛନ୍ତି ବିରାଟ। ଏହା ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୬୪ ବଲ୍‌ ଶତକ ମାରିଥିଲେ ବିରାଟ।

ଗତକାଲି ଗୁଜରାଟ ବିପକ୍ଷରେ ୬୦ ବଲ୍‌ରେ ଶତକ ହାସଲ କରିଛନ୍ତି। ଆଇପିଏଲ୍‌ରେ ଲଗାତର ଦୁଇଟି ଶତକ ହାସଲ କରିବାରେ ସେ ତୃତୀୟ ବ୍ୟାଟର ହୋଇଛନ୍ତି। ଏହା ପୂର୍ବରୁ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଶିଖର ଧୱନ ଲାଗତର ଦୁଇଟି ଶତକ ମାରିଥିଲେ। ସେହିପରି ୨୦୨୨ରେ ଜସ୍ ବଟଲର ରାଜସ୍ଥାନ ପକ୍ଷରୁ ଖେଳି ଡବଲ ସେଞ୍ଚୁରୀ ମାରିଥିଲେ। ଏବେ ବିରାଟ ଏପରି କରିବାରେ ତୃତୀୟ ଖେଳାଳି ହୋଇଛନ୍ତି।

କାଲିର ଶତକକୁ ମିଶାଇଲେ ଆଇପିଏଲ୍‌ କ୍ୟାରିୟର୍‌ରମେ ବିରାଟ କୋହଲି ମୋଟ ୭ ଟି ଶତକ ମାରି ସାରିଲେଣି। ଯାହା ସର୍ବାଧିକ। ଏହା ପୂର୍ବରୁ କ୍ରିସ୍ ଗେଲ୍ ୬ଟି ଶତକ ମାରିଥିଲେ। ବିରାଟ ଗତକାଲିର ପାଳିରେ ୬୧ ବଲ୍‌ରେ ୧୦୧ ରନ୍ କରିଥିଲେ। ଯେଉଁଥିରେ ୧୩ ଚୌକା ଓ ୧ ଛକ୍କା ସାମିଲ ଥିଲା।

ଆଇପିଏଲ୍ ସର୍ବାଧିକ ଶତକ ହାସଲକାରୀ ବ୍ୟାଟର

ବିରାଟ କୋହଲି-୭
କ୍ରିସ ଗେଲ-୬
ଜସ ବଟଲର-୫
କେ.ଏଲ ରାହୁଲ-୪
ଡେଭିଡ ୱାର୍ଣ୍ଣାର-୪
ଶେନ ୱାଟ୍‌ସନ -୪

Comments are closed.