Latest Odisha News

BREAKING NEWS

ତିନି ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ମିଳିଲା ବିଭାଗ

ଭୁବନେଶ୍ୱର: ଶପଥ ନେବାର କିଛି ଘଣ୍ଟା ପରେ ନୂଆ ମନ୍ତ୍ରୀଙ୍କୁ ମିଳିଲା ବିଭାଗ  । ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ  ବିଭାଗ ଦାୟିତ୍ବ ।  ସୁଦାମ ମାର୍ଣ୍ଡି ହେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ  ଏବଂ ଶାରଦା ନାୟକଙ୍କୁ ମିଳିଲା ଶ୍ରମ ବିଭାଗ ଦାୟିତ୍ୱ ।

ଆଜି  ସକାଳ ୯ଟା ୫୦ରେ ତିନି ନୂଆ କ୍ୟାବିନେଟ ପାହ୍ୟା ମନ୍ତ୍ରୀ  ପଦ ଓ ଗୋପନୀୟତାର ଶପଥ ନେଇଥିଲେ । ଶପଥ ନେବାର କିଛି ସମୟ ପରେ ତିନିଜଣଙ୍କୁ ମିଳିଛି ବିଭାଗ । ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ବିକ୍ରମ କେଶରୀ ଆରୁଖଙ୍କୁ ମିଳିଛି ଅର୍ଥ  ବିଭାଗ ଦାୟିତ୍ୱ । ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରୁ  ୬ ଥର ଜିତି ଆସୁଥିବା ବିକ୍ରମ  ୨୦୦୯ ମସିହାରୁ କ୍ରମାଗତ ଭାବେ ମନ୍ତ୍ରୀ ହୋଇ ଆସୁଥିଲେ । ହେଲେ ଗତ ବର୍ଷ ଜୁନ୍‌ ମାସରୁ ସେ ବାଚସ୍ପତି ଭାବେ ଦାୟିତ୍ୱ ନେଇଥିଲେ । ଏବେ ନିରଞ୍ଜନ ପୂଜାରୀଙ୍କଠାରୁ ଅର୍ଥ ବିଭାଗ ଆଣି ବିକ୍ରିମ ଆରୁଖଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ଦୀର୍ଘ ୧୧ ବର୍ଷ ପରେ ନବୀନଙ୍କ ମନ୍ତ୍ରୀମଣ୍ଡଳକୁ ଫେରିଛନ୍ତି ଶାରଦା ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ୱ ମିଳିଛି । ୨୦୦୯ରୁ ୨୦୧୨ ଯାଏ ସେ ନବୀନ ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ର ମନ୍ତ୍ରୀ ଥିଲେ।   ଶାରଦା ନାୟକ ରାଉରକେଲା ବିଧାନସଭା ଆସନରୁ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

ଅନ୍ୟପକ୍ଷେ ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ  ନବୀନଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ର ମନ୍ତ୍ରୀ ଏବଂ ୨୦୧୯ରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ରାଜସ୍ବ ବିଭାଗ ପାଇଥିବା ଥିବା ସୁଦାମ ମାର୍ଣ୍ଡି ପୁଣି ଫେରିଛନ୍ତି । ବର୍ଷେ ପରେ ପୁଣିଥରେ ତାଙ୍କୁ ମନ୍ତ୍ରୀମଣ୍ଡଳରେ  ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କୁ ସମୀର ମହାନ୍ତିଙ୍କଠାରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଆଣି ସୁଦାମଙ୍କୁ ଦିଆ ଯାଇଛି ।

 

Comments are closed.