Latest Odisha News

BREAKING NEWS

ପାହାଡ଼ ତଳକୁ ଖସିପଡିଲା ଶ୍ରମିକଙ୍କୁ ନେଇଯାଉଥିବା ଗାଡି; ୬ ମୃତ, ଏକାଧିକ ଆହତ

ମୁମ୍ବାଇ; ଗଭୀର ଖାଇକୁ ଖସିପଡ଼ିଲା ଗାଡ଼ି। ଚାଲିଗଲା ୬ ଜଣଙ୍କ ଜୀବନ। ବୁଧବାର ଜାମ୍ମୁ-କାଶ୍ମୀର କିସ୍ତୱାର ଜିଲ୍ଲା ଡାଙ୍ଗଦୁରୁ ଡାମ ନିକଟରେ ଏଭଳି ଘଟଣା ଘଠିଛି। ଗାଡ଼ିଟି  ଡାମ୍‌ ସାଇଟ୍‌କୁ ଖସିପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଏକାଧିକ ଆହତ ହୋଇଛନ୍ତି। ଦୁର୍ଘଟଣା ସମୟରେ ଡାମ୍‌ରେ ଲୋକେ କାମ କରୁଥିବା ବେଳେ ଗାଡ଼ିଟି ପାହାଡ଼ ଉପରୁ ତଳକୁ ଖସିପଡ଼ିଥିଲା।

ମିଳିଥିବା ସୂଚନା ଅନୁସାରେ, ଡାଙ୍ଗଦୁରୁ ଶକ୍ତି ପ୍ରକଳ୍ପରେ କାର୍ଯ୍ୟରତ ୧୦ ଶ୍ରମିକଙ୍କୁ ଧରି ଗାଡ଼ିଟି ଫେରୁଥିବା ବେଳେ ଖାଇକୁ ଖସିପଡ଼ିଥିଲା। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟପଟେ ଘଟଣା ସମ୍ପର୍କରେ ନିଜେ ଖବର ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ। ସେ କିସ୍ତୱାର ଡିସି ଡ. ଦେବାଂଶ ଯାଦବଙ୍କ ସହ ଆଲୋଚନା କରି ସମସ୍ତ ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଏପ୍ରିଲ ମାସରେ ମଧ୍ୟ ଏଭଳି ଗାଡ଼ି ଖାଇକୁ ଖସିପଡ଼ିବାରୁ ଦୁଇ ସେନା ଯବାନଙ୍କର ମୃତ୍ୟୁ ହୋଇଥିଲା। ତେବେ ଜାମ୍ମୁ-କାଶ୍ମୀର ରାଜୌରୀ ଜିଲ୍ଲାରେ ଏହି ଘଟଣା ଘଟିଥିଲା।

 

Comments are closed.