Latest Odisha News

BREAKING NEWS

ଚିଦାମ୍ବରମଙ୍କ ଗିରଫଦାରି ଦିନ ଦ୍ୱିପ୍ରହରରେ ଗଣତନ୍ତ୍ରର ହତ୍ୟା: କଂଗ୍ରେସ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଆଇଏନଏକ୍ସ ମିଡ଼ିଆ ଦୁର୍ନିତୀ ମାମଲାରେ ସିବିଆଇ ବୁଧବାର ବିଳମ୍ବିତ ରାତିରେ ଏକ ନାଟକୀୟ ଭାବେ ଗିରଫ କରିଛି । ଏହି ଘଟଣାକୁ ନେଇ ଆଜି କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଚିଦାମ୍ବରମଙ୍କ ପ୍ରତି ନିଜର ସମର୍ଥନ ଜଣାଇଛି ।

ଏହି ଅବସରରେ କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୁର୍ଯ୍ୟେୱାଲା କହିଛନ୍ତି ଯେ, ସିବିଆଇ ଓ ଇଡ଼ି ଭଳି ତଦନ୍ତକାରୀ ସଂସ୍ଥାକୁ ବିଜେପି ଏକପ୍ରକାର ପ୍ରତିଶୋଧ ନେବାର ସଂସ୍ଥାରେ ବଦଳାଇ ଦେଇଛି । ଏପରିକି ଚିଦାମ୍ବରଙ୍କ ଗିରଫଦାରୀ ଦିନଦ୍ୱିପ୍ରହରରେ ଗଣତନ୍ତ୍ରର ହତ୍ୟା ବୋଲି ସେ ଅଭିଯୋଗ କରିଛନ୍ତି । ଚିଦାମ୍ବର ଓ ତାଙ୍କ ପୁଅ କାର୍ତ୍ତି ଆଇଏନଏକ୍ସ ମିଡ଼ିଆ ମାମଲାରେ ଅଭିଯୁକ୍ତ ନାହାନ୍ତି । ତାଙ୍କ ବିରୋଧରେ କୌଣସି ପ୍ରମାଣ ମଧ୍ୟ ନାହିଁ । ସରକାର ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଏପରି କରୁଛନ୍ତି ।

ମୋଦି ସରକାର ଦେଶର ବେକାରୀ ଓ କାଶ୍ମୀର ଭଳି ପ୍ରସଙ୍ଗ ଉପରୁ ଜନତାଙ୍କର ଧ୍ୟାନ ହଟାଇବାକୁ ଯାଇ ଏଭଳି କରିଛନ୍ତି । ଚିଦାମ୍ବରମ୍ ଦୀର୍ଘ ୪୦ ବର୍ଷ ଧରି ଜଣେ ନେତା ଭାବେ ଦେଶର ସେବା କରିଥିବାବେଳେ ଏଭଳି ପରିସ୍ଥିତିରେ ତାଙ୍କ ସହ କଂଗ୍ରେସ ପାର୍ଟି ରହିଛି ବୋଲି ସେ କହିଛନ୍ତି ।

ତେବେ ଆଜି ଅପରାହ୍ନରେ ସିବିଆଇ ପକ୍ଷରୁ ଚିଦାମ୍ବରମଙ୍କୁ କୋର୍ଟରେ ହାଜର କରାଯିବ । ଏହି ସମୟରେ ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ଲାଗି ସିବିଆଇ ଅନୁମତି ମାଗିପାରେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ହାଇକୋର୍ଟରୁ ଆଗୁଆ ଜାମିନ ଲାଗି ଚିଦାମ୍ବରମ୍ ଆବେଦନ କରିଥିଲେ ମଧ୍ୟ ପରେ କୋର୍ଟ ଖାରଜ କରିଦେଇଥିଲେ । ପରବର୍ତ୍ତୀ ସମୟରେ ସେ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ ମଧ୍ୟ କୋର୍ଟ ଶୁଣାଣିକୁ ଘୁଞ୍ଚାଇ ଦେଇଥିଲେ । ପରେ ରାତିଅଧିଆ ସିବିଆଇ ଓ ଇଡି ତାଙ୍କ ଘରେ ଚଢାଉ କରି ଗିରଫ କରିଥିଳେ ।

Leave A Reply

Your email address will not be published.