Latest Odisha News

BREAKING NEWS

ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବୁଧବାର ବିଳମ୍ବିତ ରାତିରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି।

ଗତକାଲି ବିଳମ୍ବିତ ରାତିରେ ଜିଲ୍ଲାରେ ପ୍ରାୟ ୧୪.୮ମିମି. ବର୍ଷା ହୋଇଥିବା ନେଇ ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ମାଲକାନଗିରି , ବାଲିମେଳା ଓ କାଳିମେଲା ମଧ୍ୟରେ ଥିବା ଏମଭି-୧୧ ସ୍ଥିତ ପେଟେରୁ ପୋଲ ଉପରେ ପ୍ରାୟ ୫ ଫୁଟ ଉଚ୍ଚର ବର୍ଷା ପାଣି ଚାଲୁଥିବାବେଳେ ମାଲକାନଗିରି ଉପରେ ନିର୍ଭର କରୁଥିବା ସବୁ ଲୋକଙ୍କ ଯାତାୟାତ ଏକପ୍ରକାର ବାଧାପ୍ରାପ୍ତ ହୋଇଛି ।

ସେହିପରି ଲଗାଣ ବର୍ଷା ଯୋଗୁଁ କୋରକୋଣ୍ଡା ନିକଟ କନ୍ୟାଶ୍ରମ ପୋଲ ବୁଡିଯିବା ଫଳରେ ଏଠାରେ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।

ଅପରପକ୍ଷରେ ପୋଲର ଉଭୟ ପାଶ୍ୱର୍ରେ ଶତାଧିକ ଗାଡି ଅଟକି ରହିଥିବା ଯୋଗୁଁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି ।

Leave A Reply

Your email address will not be published.