Latest Odisha News

BREAKING NEWS

ସଂସଦ ଭବନ ଉଦଘାଟନ ପ୍ରସଙ୍ଗକୁ ନେଇ ଆଗତ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗକୁ ନେଇ ଦାଖଲ  ଜନସ୍ୱାର୍ଥ ମାମଲାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଏଭଳି ମାମଲାରେ କୋର୍ଟ  ଦଖଲ ଦେବ ନାହିଁ । ଏହା କୋର୍ଟ ବିଚାରଭୁକ୍ତ ବିଷୟ ନୁହେଁ । ଏପରି ଟପ୍ପଣୀ ଦେଇ ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି ।

ସୁପ୍ରିମକୋର୍ଟରେ ଜଷ୍ଟିସ ଜେକେ ମହେଶ୍ୱରୀଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ । ଏଠି କହିରଖିବୁ, ସଂସଦ ଭବନର ଉଦଘାଟନକୁ ନେଇ ପିଆଇଏଲ ଦାଖଲ ହୋଇଥିଲା । ଏଥିରେ ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନୁହେଁ, ରାଷ୍ଟ୍ରପତି ଉଦ୍‌ଘାଟନ କରିବା  ଉଚିତ ବୋଲି ଯାଚିକାରେ କୁହାଯାଇଥିଲା । ଆବେଦନକାରୀ ସଂସଦ ଭବନକୁ ରାଷ୍ଟ୍ରପତି ଉଦଘାଟନ କରନ୍ତୁ ବୋଲି ନିର୍ଦ୍ଦେଶ ଦେବାକୁ ପିଆଇଏଲ ଦାଖଲ କରିଥିଲେ ।

ଏଥିରେ କୁହାଯାଇଥିଲା, ରାଷ୍ଟ୍ରପତି ଦେଶର ପ୍ରଥମ ନାଗରିକ । ସମ୍ବିଧାନର ଅନୁଚ୍ଛେଦ ୭୯ ଅନୁସାରେ, ରାଷ୍ଟ୍ରପତି ସଂସଦର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଲୋକସଭା ସଚିବାଳୟ ତାଙ୍କ ଦ୍ୱାରା ଉଦ୍‌ଘାଟନ ନ କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛି ତାହା ଭୁଲ ।

ଏଥିରେ ଆହୁରି କୁହାଯାଇଛି, ଦେଶର ସାମ୍ବିଧାନିକ ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି ଏବଂ ସେ ହଁ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଥାନ୍ତି । ସବୁ ବଡ ବଡ ନିଷ୍ପତ୍ତି ରାଷ୍ଟ୍ରପତିଙ୍କ ନାମରେ ହିଁ ନିଆ ଯାଇଥାଏ । ଅନୁଚ୍ଛେଦ ୮୫ ଅୁନସାରେ ରାଷ୍ଟ୍ରପତି ହିଁ ସଂସଦ ଅଧିବେଶନ ଡାକିଥାନ୍ତି । ଅନୁଚ୍ଛେଦ ୮୭ ଅନୁସାରେ ସେ ସଂସଦରେ ଅଭଭାଷଣ ରଖିଥାନ୍ତି । ତେଣୁ ନୂଆ ସଂସଦ ଭବନର ଉଦଘାଟନ ରାଷ୍ଟ୍ରପତି କରିବା ଉଚିତ ବୋଲି ଯାଚିକରେ ଉଲ୍ଲେଖ କରାଯାଇଥିଲା ।

Leave A Reply

Your email address will not be published.