Latest Odisha News

BREAKING NEWS

ପୁରୁଷ ମାନଙ୍କ ପାଇଁ ସ୍କିନ୍‌ ଟ୍ରିଟ୍‌ମେଣ୍ଟ, ବୟସ ବୃଦ୍ଧି ହେଲେବି ଚମକିବ ତ୍ୱଚା

ବ୍ୟସ୍ତ ବହୁଳ ଜୀବନରେ ଆମ ଶରୀରର ଯତ୍ନ ନେବା ନିତାନ୍ତ ଆବଶ୍ୟକ । ଏହି ବ୍ୟସ୍ତତା ଭିତରେ ଆମେ ଆମ ଶରୀର ପ୍ରତି ଯତ୍ନ ନେଇ ପାରୁନାହାଁନ୍ତି । ଏଥିସହ ଆମ ଶରୀର ପାଇଁ ସଠିକ୍‌ ସମୟରେ ଖାଦ୍ୟପେୟ ମଧ୍ୟ ନିହାତି ଜରୁରୀ । ବୟସ ବୃଦ୍ଧି ସାଙ୍ଗକୁ ଆମ ତ୍ୱଚାରେ ପରିବର୍ତ୍ତନ ଦେଖାଯାଇଥାଏ । ବିଶେଷକରି ଯେବେ ଆମକୁ ୩୦ କିମ୍ବା ୪୦ ବର୍ଷ ଛୁଇଁଥାଏ ସେତେବେଳେ ଆମ ତ୍ୱଚା ଉପରେ ପ୍ରଭାବ ପଡ଼ିଥାଏ । ଆମ ସ୍କିନର ନାଚୁରାଲ ଗ୍ଲୋ କମିଯାଇଥାଏ । ଏହି ବୟସ ଛାପରୁ ବର୍ତ୍ତିବାକୁ ହେଲେ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ ଯାହା ଆପଣଙ୍କ ତ୍ୱଚାରେ ଚମକ ଆଣିବାରେ ସହୟକ ହେବ ।

ସକାଳୁ ଉଠିବା ପରେ ଆମ ତ୍ୱଚା ଅଏଲୀ ଲାଗିଥାଏ । ତେଣୁ ସଙ୍ଗେ ସଙ୍ଗେ ତ୍ୱଚାକୁ କ୍ଲିନଜରରେ ଧୁଅନ୍ତୁ ଆଉ ତା’ପରେ ଟୋନର ଲଗାନ୍ତୁ ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମ ଶରୀର ପାଇଁ ପ୍ରତିଦିନ ବ୍ୟାୟାମର ଆବଶ୍ୟକତା ରହିଛି  । ଏଥିସହ ଭଲ ଖାଦ୍ୟ, ଭଲ ଭାବେ ଶୋଇବା ଜରୁରୀ । କାରଣ ଏହାର ସିଧା ପ୍ରଭାବ ତ୍ୱଚା ଉପରେ ପଡ଼ିଥାଏ ।

ପେଶ୍‌ଓ୍ଵାସରେ ଧୋଇବା ଦ୍ୱାରା ସ୍କିନ ରୁଖା ହୋଇଯାଇଥାଏ । ତେଣୁ ମଶ୍ଚରାଇଜର ଲଗାଇବା ଉଚିତ୍‌ । ମଶ୍ଚରାଇଜର କିଣିବା ପୂର୍ବରୁ ଧ୍ୟାନ ଦିଅନ୍ତୁ, ଏହା ଯେପରି ଆପଣଙ୍କ ସ୍କିନକୁ ସୁଟ କରେ ।

ଆପଣ ଘରୁ ବାହାରକୁ ଯାଆନ୍ତୁ କି ନ ଯାଆନ୍ତୁ ସନ୍‌ସ୍କ୍ରିନ ଲଗାଇବାକୁ ଭୁଲନ୍ତୁ ନାହିଁ । ଏହା ଆପଣଙ୍କ ତ୍ୱଚାକୁ ହାନିକାରକ କିରଣରୁ ରକ୍ଷା କରିବ । ସନସ୍କ୍ରିନର ଏସପିଏଫ୍‌ ଅତି କମରେ ୩୦ କିମ୍ବା ଏହାଠାରୁ ଅଧିକ ହେବା ଦରକାର । ଘରୁ ଯଦି ବାହାରକୁ ବାହାରୁଛନ୍ତି ତ ପ୍ରତି ଦୁଇ ଘଣ୍ଟାରେ ସନସ୍କ୍ରିନ ଲୋସନ ଲଗାନ୍ତୁ ।

ସୀରମ ବ୍ୟବହାର କରନ୍ତୁ । କାରଣ ୩୦ ବର୍ଷ ବୟସ ପରେ ସ୍କିନର ନାଚୁରାଲ ଗ୍ଲୋ କମିଯାଇଥାଏ । ତେଣୁ ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର ସୀରମ ବାଛନ୍ତୁ । ଆପଣ ଭିଟାମିନ ସି ଯୁକ୍ତ ସୀରମ ବାଛି ପାରିବେ । ତେବେ ଏହାର ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Leave A Reply

Your email address will not be published.