Latest Odisha News

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଜି ଶ୍ରାଦ୍ଧବାର୍ଷିକୀ, କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଫୁଲବାଣୀ: ବିଶ୍ୱ ହିନ୍ଦୁ ପରିଷଦର ନେତା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୧ତମ ଶ୍ରାଦ୍ଧବାର୍ଷିକୀ ତଥା ଜନ୍ମାଷ୍ଟମୀ ଅବସରରେ କନ୍ଧମାଳ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଶୁକ୍ରବାର ଦିନ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ କନ୍ଧମାଳ ଏସପି ପ୍ରତିକ ସିଂହ କହିଛନ୍ତି, ଜିଲ୍ଲାର ଚକାପାଦସସ୍ଥିତ ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ଏବଂ ଜଳେଶପଟା କନ୍ୟାଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି, କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତିକୁ ଏଡାଇବାକୁ ଯାଇ ଚକାପାଦ ଏବଂ ଜଳେଶପଟା ଅଞ୍ଚଳରେ ଡିଏସପି ର‌୍ୟାଙ୍କର ୨ ପୋଲିସ ଅଧିକାରୀ ଓ ଅତିରିକ୍ତ ଏସପିଙ୍କ ସମେତ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.