Latest Odisha News

ମଦ ନିଶାରେ ବାପାକୁ ଚିହ୍ନିଲାନି ପୁଅ; ଟାଙ୍ଗିଆରେ ହାଣି ଜୀବନ ନେଇଗଲା

ପୁରୀ: ଅନ୍ଧ କରିଦେଲା ମଦ ନିଶା । ପୁଅ ଚିହ୍ନି ପାରିଲାନି ବାପାକୁ । ଭଲ ଲାଗିଲାନି ବାପାର ଅନୁଶାସନ । ଧାରୁଆ ଟାଙ୍ଗିଆରେ ହାଣି ନେଇଗଲା ବାପାର ଜୀବନ । ଏମିତି ବର୍ବର ଘଟଣା ଗତକାଲି ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ।  ପିପିଲି ଥାନା ସାନକଣ୍ଟି ଗ୍ରାମରେ ପୁଅର କୁରାଢ଼ି ଚୋଟରେ ଚାଲି ଯାଇଛଇ ବାପାର ଜୀବନ।

ସାନକଣ୍ଟି ଗ୍ରାମର  ୬୦ ବର୍ଷର ହୃଷିକେଶ ପ୍ରଧାନ ।  ହୃଷିକେଶଙ୍କ ପୁଅ ଜିତୁ ନିୟମିତ ମଦ୍ୟପାନ କରନ୍ତି । ଗତକାଲି ମଧ୍ୟ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ପୁଅକୁ ଏପରି ଅବସ୍ଥାରେ ଦେଖି ବାପା ହୃଷିକେଶ ବିରୋଧ କରିଥିଲେ ।  ଏହାକୁ ନେଇ ବାପା-ପୁ୍ଅଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଜିତୁ ରାଗି ଯାଇ ଘରେ ଥିବା ଏକ ଧାରୁଆ ଟାଙ୍ଗିଆ ଆଣି ବାପାଙ୍କୁ ଆକ୍ରମଣ କରିଥିଲା । ପୁଅର ଟାଙ୍ଗିଆ ଚୋଟରେ ବାପା ହୃଷୀକେଶ ପ୍ରଧାନଙ୍କର ମୃତ୍ୟୁ ଘଟିଥିଲା ।

ଖବର ପାଇ ପିପିଲି ଥାନା ପୁଲିସ ସାନକଣ୍ଟି ଗ୍ରାମରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ କରୁଛି।  ଅଭିଯୁକ୍ତ ଜିତୁକୁ  ଅଟକ ରଖି ପଚରାଉଚରା କରୁଛି  ।

ସୂଚନାଥାଉ କି, ଜିତୁ ପ୍ରତିଦିନ ମଦ ପିଇବା ପାଇଁ ପରିବାର ଲୋକଙ୍କୁ ଟଙ୍କା ମାଗିଥାଏ  । ଟଙ୍କା ନ ଦେଲେ ପାଟିତୁଣ୍ଡ, ଗାଳିଗୁଲଜ କରିଥାଏ । ଏ ନେଇ ତାଙ୍କ ଘରେ ନିୟମିତ ପାଟିତୁଣ୍ଡ ଲାଗି ରହିଥାଏ । ଜିତୁର ଏପରି ନିଶାଶକ୍ତ ଗୁଣ ପାଇଁ ପରିବାର ଲୋକେ ବି ତା ଉପରେ ଅତିଷ୍ଠ ହୋଇ ପଡିଥିଲେ ।

Comments are closed.