ଆର. ଉଦୟଗିରି: ଯୋଗ୍ୟତା ହାରରେ ଦରମା ଦିଅ । ଏମିତି ଦାବି ନେଇ ଗଜପତି ଜିଲ୍ଲା ଆର.ଉଦୟଗିରି ଅମଲା ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଗତ ଗୁରୁବାରଠାରୁ ଏମିତି କଳା ବ୍ୟାଜ ପିନ୍ଧି ଆନ୍ଦୋଳନରେ ବସିଛନ୍ତି ଅମଲା କର୍ମଚାରୀ । ଏମାନେ ଗୁରୁବାରଠାରୁ ଅନିର୍ଦ୍ଦିଷ୍ଟ କାଳଯାଏ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ।
ଅମଲା କର୍ମଚାରୀ ସ୍ନାତକ ଶିକ୍ଷାଗତ ଯୋଗ୍ୟତା ଥିବାବେଳେ ବର୍ତ୍ତମାନ ସରକାର ସେମାନଙ୍କୁ ମାଟ୍ରିକ ଯୋଗ୍ୟତା ହlରରେ ହିଁ ଦରମା କରୁଛନ୍ତି । ତେଣୁ ତୁରନ୍ତ ସେମାନଙ୍କୁ ସ୍ନାତକ ଯୋଗ୍ୟତା ହାରରେ ଦରମା ପ୍ରଦାନ ପାଇଁ ଅମଲା ସଂଘ ପକ୍ଷରୁ ଦାବି କରାଯାଇଛି l ଗତ ୨୨ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ଦାବି ଦେଇ ଅମଲା କର୍ମଚାରୀ କଲା ବ୍ୟାଜ ପରିଧାନ କରି ଆନ୍ଦୋଳନ ଜାରି ରଖିଥିବା ବେଳେ ସରକାର ସେମାନଙ୍କ ଦାବି ପ୍ରତି ଗୁରୁତ୍ବ ଦେଇ ନାହାନ୍ତି l
ତେଣୁ ଗୁରୁବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯନ୍ତ ଶାନ୍ତିପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିବା ଅମଲା ସଂଘର ସଭାପତି କହିଛନ୍ତି l ଏଥିରେ ଆର.ଉଦୟଗିରି ବ୍ଲକର ରେଭିନିୟୁ , ବ୍ଲକ , କୃଷି , ଟ୍ରେଜେରୀ ଭଳି ବିଭିନ୍ନ ଅମଲା ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି l
ଅମଲା ସଂଘ ପକ୍ଷରୁ କୁହାଯାଇଛି, ୧୯୮୯ ମସିହା ପୂର୍ବରୁ ଯାହା ଦରମା ଥିଲା ସେଥିରେ କିଛି ପରିବର୍ତ୍ତିତ ହୋଇନାହିଁ । ୧୯୯୬, ୨୦୦୬ ଏବଂ ୨୦୧୬ରେ ରାଜ୍ୟ ସରକାର କିଛି ବି ପରିବର୍ତ୍ତନ କରିନାହାନ୍ତି । ଅମଲା କର୍ମଚାରୀମାନେ ଏବେ ଲେବୁଲ ୪ରେ ଅଛନ୍ତି । ସେମାନେ ଲେବୁଲ ୯ ଦରମା ଦାବି କରି ଏହି ଧାରଣା ଦେଇଛନ୍ତି । ସରକାର ତାଙ୍କ ଦାବି ପ୍ରତି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି ।
Comments are closed.