Latest Odisha News

BREAKING NEWS

ଏଫଆଇଏଚ ପ୍ରୋ ଲିଗ : ଅଲିମ୍ପିକ ଚାମ୍ପିୟନ ବେଲଜିୟମକୁ ହରାଇଲା ଭାରତ

ଲଣ୍ଡନ: ଏଠାରେ ଖେଳା ଯାଉଥିବା ଏଫଆଇଏଚ ପ୍ରୋ ଲିଗ ହକିରେ ଭାରତ ଅଲିମ୍ପିକ ଚାମ୍ପିୟନ ବେଲଜିୟମକୁ ୫-୧ ଗୋଲରେ ପରାସ୍ତ କରିଛି । ୟୁରୋପିୟ ଲିଗରେ ଭାରତ ବେଲଜିୟମ ନିକଟରୁ ୧-୨ ଓ ବ୍ରିଟେନଠାରୁ ୨-୪ରେ ପରାଜିତ ହୋଇଥିଲା । ଏବେ ବିଜୟ ସହ ଟିମ ଇଣ୍ଡିଆ ସଫଳ ପ୍ରତ୍ୟାବର୍ତନ କରିଛି । ପଂଏଟ ଟେବୁଲରେ ଭାରତ ଏବେ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତ ପକ୍ଷରୁ ବିବେକ ସାଗର ପ୍ରସାଦ, ହରମନପ୍ରୀତ ସିଂ, ଅମିତ ରୋହିଦାସ ଓ ଦିଲପ୍ରୀତ ସିଂ ଗୋଲ ସ୍କୋର କରିଥିଲେ । ବେଲଜିୟମ ପକ୍ଷରୁ ଏକମାତ୍ର ଗୋଲଟି ୱିଲିୟମ ଘିସଲେନ ସ୍କୋର କରିଥିଲେ । ଏଫଆଇଏଚ ପ୍ରୋ ଲିଗରେ ଭାରତ ପକ୍ଷରୁ ସର୍ବାଧିକ ଗୋଲ ହରମନପ୍ରୀତ ସିଂ ସ୍କୋର କରିଛନ୍ତି । ସେ ୧୧ ମ୍ୟାଚରେ ୧୫ ଗୋଲ ଦେଇ ଜବରଦସ୍ତ ଫର୍ମରେ ରହିଛନ୍ତି ।

୩ଜୁନରେ ଭାରତ ତାର ପରବର୍ତୀ ମୁକାବିଲାରେ ଗ୍ରେଟ ବ୍ରିଟେନକୁ ଭେଟିବ । ସୂଚନାଯୋଗ୍ୟ ଏହି ଲିଗକୁ ଆନ୍ତର୍ଜାତୀୟ ହକି ଫେଡେରେଶନ ଆୟୋଜିତ କରିଥାଏ । cବିଶ୍ୱର ୯ଟି ଟିମ ଏଥିରେ ଅଂଶଗ୍ରହଣ କରିଥାନ୍ତି । ଏବେ ଏହି ଲିଗ ଭୁବନେଶ୍ୱର, ରାଉରକେଲା, ନ୍ୟୁକାସଲ, ହୋବାର୍ଟ, ମ୍ୟାଣ୍ଡୋଜା, ସେଂଟିଏଗୋ ଡେଲ, ଏଂଟବର୍ପ, ଲଣ୍ଡନ, ଆଇଣ୍ଡହୋବେନ, ଏମ୍ସର୍ଟଡାମ, ଖ୍ରୀଷ୍ଟଚର୍ଚ୍ଚ ଓ ୱେଲିଂଟନରେ ଖେଳାଯାଉଛି ।

Leave A Reply

Your email address will not be published.