Latest Odisha News

BREAKING NEWS

ମୃତ ଦେହ ପଠାଇବାର ସମସ୍ତ ଖର୍ଚ୍ଚ ବହନ କରିବେ ସରକାର

ଭୁବନେଶ୍ୱର: ବାଲେଶ୍ୱର ବାହାନଗାର ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ମୃତାହାତଙ୍କ ସମ୍ପୂର୍ଣ୍ଣ ତଥ୍ୟ ସରକାରୀ ଭାବେ ଘୋଷଣା କରାଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇ ମୃତକଙ୍କ ସଂଖ୍ୟା ୨୭୫ ବୋଲି ସ୍ପଷ୍ଟ କରିଛନ୍ତି  ।

ମୃତଦେହକୁ ଚିହ୍ନଟ କରିବା ପାଇଁ ଫଟୋ ଜାରି କରାଯାଇଛି । ଚିହ୍ନଟ ହୋଇ ପାରି ନଥିବା ମୃତଦେହର ଫଟୋ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି । ଫଟୋ ଦେଖି ମୃତଦେହ ଚିହ୍ନଟ କରିବା ଲାଗି ସରକାରଙ୍କ ପକ୍ଷରୁ ୩ଟି ୱେବସାଇଟରେ ଫଟୋ ଅପଲୋଡ୍ କରାଯାଇଛି ।

ବିଏମସି ମୁଖ୍ୟ କାର୍ଯ୍ୟାଳୟରେ ହେଲପ ଡେସ୍କ ଖୋଲାଯାଇଛି । ସେଠାରେ ମଧ୍ୟ ମୃତକଙ୍କ ସମ୍ପର୍କରେ ସୂଚନା  ପାଇପାରିବେ ସମ୍ପର୍କୀୟ । ଏଥିସହିତ ମୃତଦେହ ଚିହ୍ନଟ କରିବାକୁ ଜାରି ହୋଇଛି ଟୋଲ ଫ୍ରି ନମ୍ବର । ଦେଶ ପାଇଁ ଟୋଲ ଫ୍ରି ନମ୍ବର ହେଉଛି  ୧୮୦୦୩୪୫୦୦୬୧  । କେବଳ ଓଡିଶା ଲୋକଙ୍କ ପାଇଁ ଜାରି ଟୋଲଫ୍ରି ନମ୍ବର ହେଉଛି ୧୯୨୯ ।

ଏଥିସହିତ ଚିହ୍ନଟ ହୋଇସାରିବା ପରେ ମୃତଦେହ ଗୁଡିକୁ ସରକାର ପଠାଇବାର ବ୍ୟବସ୍ଥା କରିବେ । ରାଜ୍ୟ ସରକାର ନିଜ ଖର୍ଚ୍ଚରେ ସମସ୍ତ ମୃତଦେହକୁ ପରିବାର ଲୋକଙ୍କ ପାଖକୁ ପଠାଇବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

ସୂଚନାଥାଉ କି, ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮ ବୋଲି ଗତକାଲି କୁହାଯାଉଥିଲା । ହେଲେ  ଗତକାଲି ଗଣନାରେ ମୃତ୍ୟୁ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ରହିଥିଲା । ତେବେ ପୂର୍ବରୁ ମୃତଦେହକୁ ୨ ଥର ଗଣା ଯାଇଥିଲା । ଫଳରେ ଏହାର ସଂଖ୍ୟା ଅଧିକ ହୋଇଥିଲା । ଏବେ ସଠିକ ଗଣନା ପରେ ପରେ ମୃତ୍ୟୁ ସଂଖ୍ୟା ୨୭୫ ରହିଥିବା ସେ କହିଛନ୍ତି । ମୃତକଙ୍କ ମଧ୍ୟରୁ ୮୮ ଜଣଙ୍କୁ ଚିହ୍ନଟ କରାଯାଇଛି । ୧୮୭ ମୃତଦେହ ଏ ଯାଏ ଚିହ୍ନଟ ହୋଇନାହିଁ । ମୃତଦେହକୁ ଭୁବନେଶ୍ୱର ଏମ୍ସରେ ରଖାଯାଇଛି । ସମ୍ପର୍କୀୟମାନେ ସେଠାକୁ ଯାଇ ଚିହ୍ନଟ କରି ପାରିବେ ବୋଲି କୁହାଯାଇଛି ।

Leave A Reply

Your email address will not be published.