ନୂଆଦିଲ୍ଲୀ: ପ୍ରକାଶ ପାଇଛି NIRF-2023(National Institutional Ranking Framework) ତାଲିକା । ତାଲିକାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ମାଡ୍ରସ ପ୍ରଥମ ସ୍ଥାନରେ ରହିଛି । ଦେଶର ଟପ୍ ଶହେ ତାଲିକାର ଓଡ଼ିଶାର ୪ଟି ଅନୁଷ୍ଠାନ ରହିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ (MoS) ଡ.ରଞ୍ଜନ ସିଂ ସୋମବାର ଏହି ତାଲିକା ପ୍ରକାଶ କରିଛନ୍ତି ।
ତାଲିକାର ୨୬ ନମ୍ବରରେ ରହିଛି ଶିକ୍ଷା ଓ ଅନୁସନ୍ଧାନ ସୋଆ। ସେହିପରି ୨୯ ନମ୍ବର ତାଲିକାରେ ରହିଛି କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲଜି ଭୁବନେଶ୍ୱର , ୩୭ ନମ୍ବରରେ ରହିଛି ରାଉରକେଲା ନାଶନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ଓ ୯୧ ନମ୍ବରରେ ରହିଛି ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନଲଜି ଭୁବନେଶ୍ୱର ।
ଅନ୍ୟପକ୍ଷେ ରିସର୍ଚ୍ଚରେ ଟପ୍ ୫୦ରୁ ୪୯ତମ ସ୍ଥାନରେ ସୋଆ ରହିଥିବାବେଳେ ଇଞ୍ଜିନିୟରିଂରେ ଟପ୍ ୧୦୦ରୁ ୨୭ତମ ସ୍ଥାନରେ, ମ୍ୟାନେଜମେଣ୍ଟରେ ଟପ୍ ୧୦୦ରୁ ୫୭ତମ ସ୍ଥାନରେ, ମେଡିକାଲରେ ଟପ୍ ୫୦ରୁ ୧୬ତମ ସ୍ଥାନରେ ସୋଆ, ଡେଣ୍ଟାଲରେ ଟପ୍ ୪୦ରୁ ୯ ନମ୍ଵର ସ୍ଥାନରେ ସୋଆ ଏବଂ ଲ’ରେ ଟପ୍ ୩୦ରୁ ୮ ନମ୍ଵର ସ୍ଥାନରେ ସୋଆ ରହିଥିବା ଜଣାଯାଇଛି।
#IndiaRankingsReport for 2023′ released
Here are the Top-100 institutes 👇@EduMinOfIndia @ugc_india @AICTE_INDIA @dpradhanbjp @RanjanRajkuma11 pic.twitter.com/Y0ylUL6Ov8
— PIB in Odisha (@PIBBhubaneswar) June 5, 2023
Comments are closed.