Latest Odisha News

BREAKING NEWS

ବର୍ଷାଜଳରେ ଉବୁଟୁବୁ ରାଜଧାନୀ: ଏବେବି ଅନେକ ଘର ପାଣିଘେରରେ, ଓଡ୍ରାଫ ଟିମ ଲାଗିଛି ଉଦ୍ଧାରକାର୍ଯ୍ୟରେ

ଭୁବନେଶ୍ୱର : ଲଗାଣ ବର୍ଷାର ପ୍ରକୋପ ଏଯାଏଁ ଥମିନି, ଜଳବନ୍ଦୀରେ ଥିବା ଜନସାଧାରଣ ଉଦ୍ଧାର ପାଇଥିଲେ ମଧ୍ୟ ଏବେବି ଶତାଧିକ ବାସଗୃହ ବର୍ଷାଜଳରେ ବୁଡ଼ି ରହିଛି ।


ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ତ କେଉଁଠି କେଉଁଠି ବିରାଟ ପାଚେରୀ ଭାଙ୍ଗି ମାଟିରେ ମିଶି ଯାଇଛି । ଏବେବି ବର୍ଷାଜଳରେ ରାଜଧାନୀ ଉବୁଟୁବୁ ହେଉଥିଲେ ମଧ୍ୟ ପୁଣି ବର୍ଷା ହେବାର ସମ୍ଭାବନା ଆତଙ୍କିତ କରିପକାଉଛି ବର୍ଷା ଜଳରେ ପୀଡ଼ିତ ଜଳବନ୍ଦୀମାନଙ୍କୁ ।

ତେବେ ଯାହାବି ହେଉ ରାଜଧାନୀ ପାଣିଘେରରେ ଅସହାୟ ଅବସ୍ଥାରେ ଥି ବା ବେଳେ ରାଜ୍ୟ ସରକାରଙ୍କ ଓଡ୍ରାଫ ଟିମର ଶହ ଶହ ଉଦ୍ଧାରକାରୀମାନେ ଅନେକ ଜୀବନକୁ ବଞ୍ଚାଇ ପାରିଛନ୍ତି । ଅଗ୍ନିଶମ ବିଭାଗର କର୍ମଚାରୀ ଓ ଓଡ୍ରାଫ ଟିମର ସଦସ୍ୟମାନଙ୍କ ଅନବରତ ପ୍ରଚେଷ୍ଟାରେ ଅନେକ ଧନ ଜୀବନ ଉଦ୍ଧାର ହୋଇ ରକ୍ଷା ପାଇଛି ।

ରାଜଧାନୀର ପ୍ରାୟ ସବୁସ୍ଥାନ ଜଳାର୍ଣ୍ଣବ ରହିଥିଲେ ହେଁ ସହରର ଜନଗହଳିପୂର୍ଣ୍ଣ ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ଶୈଳଶ୍ରୀ ବିହାର, ଆଇଗିଣିଆ ନିକଟ ରାଜୀବ ନଗର, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ, ବୋମିଖାଲ ଓ ରସୁଲଗଡ଼ ପରି ଅଞ୍ଚଳରେ ଏବେବି ଅନେକ ଘର ପାଣିରେ ବୁଡ଼ି ରହିଛି ।

ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି । କେଉଁଠି ଗଛ ଭାଙ୍ଗିଯାଇ ରାସ୍ତାରେ ଚଳାଚଳ ବନ୍ଦ ରହିଛି ।

ପ୍ରବଳ ବର୍ଷା ସମୟରେ ମଧ୍ୟ ରାଜ୍ୟ ଅଗ୍ନିଶମ ବିଭାଗର କର୍ମଚାରୀ ଓ ଓଡ୍ରାଫ ଟିମ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି । ଜଳବନ୍ଦି ଅଞ୍ଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ଜଳ ନିଷ୍କାସନ କରୁଛନ୍ତି କର୍ମଚାରୀମାନେ ।

ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗକୁ ବିଭିନ୍ନ ମହଲରୁ ପ୍ରଶଂସା କରିବାକୁ ଭୁଲୁ ନାହାନ୍ତି । ପୁନର୍ବାର ବର୍ଷା ନହେଲେ ପରିସ୍ଥିତି ସ୍ୱାଭାବିକ ଆଡ଼କୁ ଆସିବ । ବନ୍ୟା ପରିସ୍ଥିତିର ମୁକାବିଲା କରିବାକୁ ପ୍ରଶାସନ ତୟାର ରହିଛି ।


ସୂଚନାଯୋଗ୍ୟ, ଦୀର୍ଘ ୧୨ ଘଣ୍ଟାର ପ୍ରବଳ ବୃଷ୍ଟିପାତ ଯୋଗୁଁ ଓଡ଼ିଶାର ବିଭିନ୍ନ ଅଞ୍ଚଳର ରାସ୍ତାଘାଟ ବୁଡ଼ି ଯାଇଛି । କେଉଁଠି ୧୦ ଫୁଟର ପାଣି ରାସ୍ତାରେ ଚାଲିଛି ତ କେଉଁଠି ୫ ଫୁଟର ବର୍ଷା ଜଳ ଘର ଭିତରେ ପ୍ରବେଶ କରିଯାଇଛି । ଗାଁ ଗାଁରେ ବର୍ଷା ଜଳ ଯୋଗୁଁ ଜୀବନ ଯାତ୍ରା ଏକରକମର ବାଧାପ୍ରାପ୍ତ ହୋଇଛି । ତେେବେ ଓଡ୍ରାଫ ଟିମ ଏହି ସଙ୍କଟଜନକ ବର୍ଷାଜଳରେ ଜଳବନ୍ଦୀ ହୋଇ ରହିଥିବା ଜନସାଧାରଣଙ୍କୁ ବୋଟ ଓ ଲାଇଫ ଜ୍ୟାକେଟ ମାଧ୍ୟମରେ ଉଦ୍ଧାର କରିଛନ୍ତି । ବିଭିନ୍ନ ସ୍ଥାନରେ ବ୍ୟକ୍ତିମାନଙ୍କୁ ଟେକି ଟେକି ସେମାନଙ୍କୁ ଜଳବନ୍ଦୀରୁ ଉଦ୍ଧାର କରିଛନ୍ତି ।

ବିଭିନ୍ନ ଜିଲ୍ଲାରେ ବିଶେଷକରି କଟକ, ଭୁବନେଶ୍ୱର, ପୁରୀ, ମାଲକାନଗିରି, କୋରାପୁଟ ଜିଲ୍ଲାରେ ଓଡ୍ରାଫ ଟିମ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ।

ଭୁବନେଶ୍ୱର ନିକଟବର୍ତ୍ତୀ କାଶିପୁର ଗ୍ରାମଞ୍ଚଳରେ ଶତାଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଥିଲେ । ସେମାନଙ୍କ ଘର ଭିତରେ ୧୦ ଫୁଟ ଲେଖାଏଁ ପାଣି ଚାଲୁଥିବା ବେଳେ ସେମାନେ ଘରୁ ବାହାରକୁ ବାହାରି ପାରୁନଥିଲେ । ତେବେ କାଶିପୁରରେ ୫୦ ଜଣ ଆତଙ୍କିତ ଗ୍ରାମବାସୀଙ୍କୁ ଓଡ୍ରାଫ ଟିମର ୨୦ ଜଣ ସଦସ୍ୟ ଉଦ୍ଧାର କରିଥିଲେ । ସେହିପରି ମାଲକାନଗିରି, କୋରାପୁଟ, କଟକ ଓ ପୁରୀ ଜିଲ୍ଲାରେ ଓଡ୍ରାଫ ଟିମର ସାହସିକତାକୁ ସ୍ଥାନୀୟ ଜନସାଧାରଣ ତଥା ପ୍ରଶାସନ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.