ନୂଆଦିଲ୍ଲୀ: ଦିଲ୍ଲୀ ମୁଖାର୍ଜୀ ନଗର ସ୍ଥିତ ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ । ଜୀବନ ବଞ୍ଚାଇବା ପାଇଁ ତୃତୀୟ ମହଲାରୁ ଡେଇଁ ପଡିଛନ୍ତି କିଛି ଛାତ୍ରଛତ୍ରୀ । ମୁଖାର୍ଜୀ ନଗରରେ ଥିବା ଜ୍ଞାନା ବିଲଣ୍ଡିଂରେ ଅନେକ କୋଚିଂ ସେଣ୍ଟର ରହିଛି । ନିଆଁ ଲାଗିବା ପରେ ପ୍ରାଣ ବିକଳରେ ସେଠାରେ ଉପସ୍ଥିତ ଥିବା ଲୋକେ ଏପଟ ସେପଟ ଧାଇଁବାକୁ ଲାଗିଲେ । ଜୀବନ ବଞ୍ଚାଇବା କିଛି ଛାତ୍ର ତୃତୀୟ ମହଲାରୁ ତଳକୁ ଡେଇଁ ପଡିଥିବା ଦେଖିବାକୁ ମିଳିଥିଲା ।
କୁହାଯାଉଛି, ଦିଲ୍ଲୀ ୟୁନିଭର୍ସିଟି ଅଞ୍ଚଳରେ ଥିବା ଏହି କୋଠାରେ ପ୍ରାୟ ମଧ୍ୟାହ୍ନ ୧୨ଟାରେ ନିଆଁ ଲାଗି ଯାଇଥିଲା । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି, ନିଆଁ ଲାଗିଯବା ପରେ ପିଲାମାନେ ଝରକାରୁ ଡେଇଁ ବାହାରଛନ୍ତି ।
ପୋଲିସର କହିବା ଅନୁଯାୟୀ କୋଠାର ତୃତୀୟ ମହଲାରେ ଏକ ଇଲେକ୍ଟି୍ର ମିଟରରେ ନିଆଁ ଲାଗି ଯାଇଥିଲା । ଯଦିଓ ନିଆଁ ବେଶି ନ ଥିଲା ତେବେ ଧୁଆଁକୁ ଛାତ୍ରଛାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ । ତେଣୁ ଛାତ୍ରଛାତ୍ରୀ ଏକ ରଶୀ ସାହାଯ୍ୟରେ ତଳକୁ ଓହ୍ଲାଇଥିଲେ । ପରେ ବିଲ୍ଡିଂରୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।
#WATCH | People escape using wires as fire breaks out in a building located in Delhi’s Mukherjee Nagar; 11 fire tenders rushed to the site, rescue operation underway
(Source: Delhi Fire Department) pic.twitter.com/1AYVRojvxI
— ANI (@ANI) June 15, 2023
Comments are closed.