Latest Odisha News

BREAKING NEWS

ଓଡ଼ିଶା ଓ ଛତିଶଗଡ଼ ପୁଲିସର ମିଳିତ ଛଡ଼ାଉ, ଗିରଫ ଶିକାର ଗ୍ୟାଙ୍ଗ, ବାଘ ଛାଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ

ଉମରକୋଟ: ଦର୍ଘଦିନ ଧରି ବନ୍ୟଜନ୍ତୁ ଶିକାର କରି ଛାଲ ଓ ନଖ ବିକ୍ରି କରି ମାଲାମାଲ ହେଉଥିଲେ। ଗୁପ୍ତ ସୂଚନା ପାଇଁ ଗାଁରେ ଦୁଇଟି ରାଜ୍ୟରେ ପୁଲିସ ପଶି ଛଢ଼ାଉ କରିବାରୁ ବାଘ ଛାଲ ସହ ଗିରଫ ହୋଇଛନ୍ତି ଶିକାରୀ। ଓଡ଼ିଶା ସୀମାନ୍ତ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡ଼ା ପଞ୍ଚାୟତର ଛତିଶଗଡ଼ ସୀମାନ୍ତ କଲମ ଡଙ୍ଗରିରେ ବନ୍ୟଜନ୍ତୁଙ୍କ ଶିକାର ଅଭିଯୋଗ ହୋଇଥିଲା। ଏହାପରେ ଓଡ଼ିଶା ଏବଂ ଛତିଶଗଡ଼ ବନ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ଉ କରାଯାଇଛି।।

ଇନ୍ଦଗାଓଁ ବନ ବିଭାଗ ଓ ରାଇଘର ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରିବାକୁ ଯୋଜନା କରିଥିଲେ। ପୂର୍ବରୁ ଯୋଜନା ମୁତାବକ ଗତକାଲି ଉଭୟ ରାଜ୍ୟର ବନ ବିଭାଗ ପକ୍ଷରୁ କଲମ ଡଙ୍ଗରି ଗ୍ରାମର ପ୍ରାୟ ୧୦ ରୁ ୧୫ ଗୋଟି ଘରେ ଚଢାଉ କରାଯାଇଥିଲା।

ଚଢ଼ଉ ବେଳେ କୁଶ ଭତରା, ଡମାର ମାଝୀ ଓ ମହନ ସିଂ ରାଉତ ଘରୁ ଏକ କଲରା ପତରିଆ ବାଘ ଛାଲ, ହରିଣ ସିଙ୍ଘ, କୁଟୁରା ଓ ମୟୂର ଆଦି ବନ୍ୟଜନ୍ତୁଙ୍କ ଅବଶେଷ ଜବତ ହୋଇଛି। ତାସହିତ ସହିତ ଶିକାରରେ ଲାଗୁଥିବା ତୀର ଓ ବର୍ଚ୍ଛା ଭଳି କିଛି ମାରଣାସ୍ତ୍ର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି ପୁଲିସ । ଏନେଇ ବନ ବିଭାଗ ପୃଥକ ପୃଥକ ଭାବେ କେଶ୍ ରୁଜ୍ଜୁ କରି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବ ବୋଲି ସୂଚନା ଦେଇଛି।

Comments are closed.