Latest Odisha News

BREAKING NEWS

ଆଜି ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି, ଅନୁଷ୍ଠିତ ହେବ ଘଣା ଲାଗି ନୀତି

ପୁରୀ: ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି ହୋଇଥିବାରୁ ଆଜି ମହାପ୍ରଭୁଙ୍କ  ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି କରାଯିବା। ତା ସହିତ ଠାକୁରଙ୍କର ଖଡ଼ି ପ୍ରସାଦ ଲାଗି ମଧ୍ୟ ଅନୁଷ୍ଠିତ ହେବ। ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜିଉଙ୍କୁ ଘଣା ଲାଗି କରାଯିବା ରେ ଖଳି ଲାଗି ହେବ ତା ପରେ ଖଡ଼ି ଲାଗି ମଧ୍ୟ କରାଯିବ।  ଏଥିପାଇଁ ଗତକାଲିଠାରୁ ସୁନା କୂଅରୁ ତିନି ଗରା ଜଳ ସୁଦ୍ଧସୁଆରଙ୍କ ଘରେ ବିଜେ ହେବା ପରେ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଅଛି ।

ଶୁଦ୍ଧ ସୁଆରଙ୍କ ଘର ଠାରୁ ଘଣ୍ଟ, ଛତା, କାହାଳି ସହ ଦିବ୍ୟ ପ୍ରଲେପ ଖଳିପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରାଯିବ। ଏହାପରେ ଏହି ଦିବ୍ୟ ପ୍ରଲେପକୁ ରୂପା ପିଂଗଣରେ ରଖି ଦଇତାପତି ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ତେବେ ଖଳି ଲାଗି ପୂର୍ବରୁ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି ସଂପନ୍ନ ହେବ। ଏହାପୂର୍ବରୁ ନୂତନ ବିଗ୍ରହଙ୍କୁ ଗୋପନ ସେବାରେ ଦଇତା ଓ ପତି ମହାପାତ୍ର ସେବକମାନେ ରକ୍ତ ବସ୍ତ୍ରରେ ଆବରଣ କରାଯିବ। ନବଯୌବନ ଦର୍ଶନ ପୂର୍ବରୁ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ବଳମ୍ବିତ ରାତିରେ ଖଳି ଲାଗି କରାଯିବ।

ଏହା ପୂର୍ବରୁ ଏହି ଖଳି ହାଣ୍ଡିକୁ ଶୁଦ୍ଧ ସୁଆରଙ୍କ ବାସ ଭବନରେ ମହିଳାମାନେ ବନ୍ଦାପନା କରିବେ। ବିଜେ କାହାଳି ବାଜିବା ପରେ ବରକନ୍ଦାଜଙ୍କ ସୁରକ୍ଷା ବଳୟ ଭିତରେ ପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଳି ଶ୍ରୀମନ୍ଦିରକୁ ବିଜେ କରିବାର କାର୍ଯ୍ୟକ୍ରମ ରହିଛି। ଶୁଦ୍ଧସୁଆର ଖଳିପ୍ରସାଦକୁ ନେଇ ଦଇତାପତିଙ୍କୁ ହସ୍ତାନ୍ତର କରିବା ପରେ ଆଜି ବିଳମ୍ବିତ ରାତିରେ ଏହି ଖଳିକୁ ଶ୍ରୀବିଗ୍ରହଙ୍କୁ ଦଇତାପତି ମାନେ ଶ୍ରୀ ଅଙ୍ଗରେ ଲଗାଇବେ ।

Comments are closed.