ନାୟଗଡ଼: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ତାଙ୍କ ବାସଭବନ ସହିତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢଉ ଜାରି ରିଖିଛି। ଦୁର୍ନୀତି ଅଭିଯୋଗରେ ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ ମଧ୍ୟ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ବ୍ରଜେନ୍ଦ୍ର ନାୟକଙ୍କ ଘରେ ପହଞ୍ଚିବା ସମେତ ତାଙ୍କର ୫ଟି ସ୍ଥାନରେ ଚଢଉ କରିଛନ୍ତି। ଭୁବନେଶ୍ୱର ଏବଂ ପୁରୀ ଜିଲ୍ଲାରେ ଏହି ଚଢଉ ଜାରି ରହିଛି। ଏଥିସହିତ ଭୁବନେଶ୍ୱରର ଭୀମଟାଙ୍ଗୀ, ହାଉସିଂ ବୋର୍ଡ କଲୋନିରେ ଥିବା ଘର, ରାଜାରାଣୀ କଲୋନିରେ ଥିବା ପ୍ଲଟ ନଂ ୩୮୪ ଓ ୩୮୫ ଓ ପୁରୀ ଜିଲ୍ଲା ନିମାପଡ଼ାର ସୁନୁଗରଡ଼ି ଗାଁରେ ଥିବା ପୈତୃକ ଘର ଓ ଫାର୍ମହାଉସରେ ଭିଜିଲାନ୍ସ ଚଢଉ ଜାରି ରିଖିଛି।

ବ୍ରଜେନ୍ଦ୍ର ନାୟକଙ୍କ ବିରୋଧରେ ଭୁବନେଶ୍ୱର ସ୍ୱତନ୍ତ୍ର ଜଜ୍, ଭିଜିଲାନ୍ସଙ୍କ ଦ୍ୱାରା ସର୍ଚ୍ଚ ୱାରେଣ୍ଟର ଜାରି କରାଯାଇଥିଲା। ଏହି କ୍ଷମତା ବଳରେ ଅନୁସନ୍ଧାନ ଭିଜିଲାନ୍ସ ଚଢ଼ାଉ କରିଛି। ସୂଚନା ଅନୁସାରେ, ଓଡ଼ିଶା ଭିଜିଲାନ୍ସର ୨ ଡିଏସପି, ୬ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ମିଶି ଚଢଉ ଜାରି ରିଖିଛନ୍ତି। ତେବେ ଏପର୍ଯ୍ୟନ୍ତ କେତେ ସମ୍ପତ୍ତି ଜବତ ହେଲାଣି ସେ ନେଇ କୌଣସି ଅପ୍ଡେଟ୍ ସୂଚନା ମିଳିପାରି ନାହିଁ। ସର୍ଚ୍ଚ ଅପରେସନ ସମ୍ପୂର୍ଣ୍ଣ ଶେଷ ହେଲେ ଯାଇ ଭିଜିଲାନ୍ସ ତରଫରୁ ସବିଶେଷ ରିପୋର୍ଟ ପ୍ରଦାନ କରାଯିବ।
Comments are closed.