ସୋର: ନିଶା ସେବନ ଭୟବାହତା ଓ ପ୍ରତିଦିନ ଶାରୀରିକ ବ୍ୟାୟାମ କରି ସୁସ୍ଥ ଓ ନିରାମୟ ହେବାକୁ ବାର୍ତ୍ତା ଦେଉଛନ୍ତି ୬୬ ବର୍ଷୀୟ ବୟସ୍କ ଅଭିରାମ ଶତପଥୀ। ଏଥିପାଇଁ ସେ ପଦଯାତ୍ରା କରି ଲୋକଙ୍କୁ ସଚେତନ କରାଯାଉଛନ୍ତି। ଏଥର ତାଙ୍କ ପଦଯାତ୍ରା ଟିକେ ଲମ୍ବା। ପ୍ରାୟ ୩ ହଜାର କିମି। ପଦଯାତ୍ରା କରି ସେ ଯିବେ ଝାରସୁଗୁଡ଼ାରୁ ଭୁଟାନ।
ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ନେଇ ଭୁଟାନ ଅଭିମୁଖେ ବାହାରିଥିବା ଝାରସୁଗୁଡା ଦୁର୍ଲଗା ଗ୍ରାମର ଅଭିରାମ ଶତପଥୀ (୬୬) ଗତକାଲି ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ସୋରରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ଏପରି ମହତ୍ୱ ଉଦ୍ଦେଶ୍ୟ ରଖି ଆସିଥିବା ଅଭିରାମଙ୍କୁ ଆତିଥେୟତା ଦେଖାଇଥିଲେ ସୋରବାସିନ୍ଦା। ତାଙ୍କର ସୋର ଥାନାରେ ରାତ୍ରି ବିତାଇବାର ବ୍ୟବସ୍ଥା କରିବା ସହିତ ତାଙ୍କ ଖାଦ୍ୟ ପାନୀୟର ବ୍ୟବସ୍ଥା ମଧ୍ୟ କରିଥିଲେ।
ଗତ ମେ ମାସ ୨୫ ତାରିଖରେ ଝାରସୁଗୁଡ଼ାରୁ ଯାତ୍ରା ଆରମ୍ଭ କରି ଜନ୍ମସ୍ଥାନ କଟକ ସାଲେପୁର ନେମାଳ ହୋଇ ୨୦ ଦିନ ମଧ୍ୟରେ ୬୦୦ କିମି ଅତିକ୍ରମ କରି ଗତକାଲି ସନ୍ଧ୍ୟାରେ ସୋରରେ ପହଞ୍ଚିଥିଲେ। ଯାତ୍ରା ପୂରା କରିବାକୁ ତାଙ୍କୁ ୩ରୁ ୪ ମାସ ସମୟ ଲାଗିବ ବୋଲି ଅଭିରାମ କହିଛନ୍ତି। ତାଙ୍କର ଏହି ପଦଯାତ୍ରାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।
ସୂଚନା ଥାଉକି ପୂର୍ବରୁ ୨୦୨୧ମସିହାରେ ଅଭିରାମ ଏହି ବାର୍ତ୍ତା ନେଇ ଝାରସୁଗୁଡ଼ାରୁ ପୁରୀ ହୋଇ ଦିଲ୍ଲୀ ପର୍ଯ୍ୟନ୍ତ ୨୫୪୪ କିମି ପଦଯାତ୍ରାରେ କରିଥିଲେ। ଏଥିପାଇଁ ତାଙ୍କୁ ୨ ମାସ ୨୦ ଦିନ ଲାଗିଥିଲା।
Comments are closed.