Latest Odisha News

ମୁମ୍ବାଇରେ ଧୁମଧାମର ସହ ରଜପର୍ବ ପାଳିଲେ ପ୍ରବାସୀ ଓଡ଼ିଆ

ମୁମ୍ବାଇ: ମୁମ୍ବାଇରେ ପାଳିତ ହୋଇଯାଇଛି ଓଡ଼ିଶାର ଗଣପର୍ବ ରଜପର୍ବ। ସ୍ୱାଭିମାନୀ ଓଡିଆ ୱୋମେନ୍ସ ୱାର୍ଲ୍ଡ ସଂଗଠନ ପକ୍ଷରୁ ମୁମ୍ବାଇ ବୋରିଭଲି ସ୍ଥିତ ରହେଜା ଇଷ୍ଟେଟରେ ରଜପର୍ବକୁ ଧୁମଧାମର ସହ ପାଳନ କରାଯାଇଛି। ରବିବାର ଦିନ ୧୧ଟାରୁ ଆରମ୍ଭ ହୋଇଥିଲା ବିଶେଷ କାର୍ଯ୍ୟକ୍ରମ। ଯୁବ ଓ ବୃଦ୍ଧଙ୍କ ଦ୍ୱାରା ରୋମାଞ୍ଚକର ପ୍ରଦର୍ଶନ ସହିତ ମଞ୍ଚରେ ଓଡ଼ିଶୀ ନୃତ୍ୟ ସଭିଙ୍କୁ ଆକର୍ଷିତ କରିଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଦ ଦେଇଥିଲେ। ମୁମ୍ବାଇରେ ବାସ କରୁଥିବା ପ୍ରବାସୀ ଓଡ଼ିଆ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସ୍ୱାଭିମାନୀ ଓଡିଆ ୱୋମେନ୍ସ ୱାର୍ଲ୍ଡ ସଂଗଠନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷର ବିଷୟବସ୍ତୁ ଥିଲା “ସେଭ୍ ହ୍ୟାଣ୍ଡଲୁମ୍”। ଏହି କାର୍ଯ୍ୟକ୍ରମରେ ଆର୍ଚ୍ଚନା ବସୁ, ଗୁରୁ ନିବେଦିତା ମୁଖାର୍ଜୀ ଏବଂ ତାଙ୍କ ଗ୍ରୁପ ମାସିକ ରୁତୁସ୍ରାବ ସ୍ୱାସ୍ଥ୍ୟ ଉପରେ ଭଲ ବାର୍ତ୍ତା ଦେବା ସହ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଡକ୍ଟର ରେଣୁବାଲାଙ୍କ ଦ୍ୱାରା ଟେଡ୍ ଟକ୍ ଆୟୋଜିତ ହୋଇଥିଲା। ସେହିପରି ଫ୍ୟାଶନ୍ ସୋ, ପ୍ରାମାଣିକ ଓଡିଆ ବଫେଟ୍, ପାରମ୍ପାରିକ ଖେଳ ସାଙ୍ଗକୁ ଓଡିଆ ଖାଦ୍ୟ ଭଳି ଅନ୍ୟାନ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ରଜପର୍ବରେ ମହିଳା ଉଦ୍ୟୋଗୀଙ୍କ ଷ୍ଟଲ୍ ମଧ୍ୟ ରହିଥିଲା। ତେବେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିମାନେ ହେଉଛନ୍ତି ଜାତୀୟ ପୁରସ୍କାର ବିଜେତା ଓ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସିସିର ମିଶ୍ର, ଡିଭା ମେକର ଶୁଭଲକ୍ଷ୍ମୀ ଦାସ, ପ୍ରସିଦ୍ଧ ଟିଭି ଅଭିନେତ୍ରୀ, ଲେଖକ, ମୋଟିଭେସନ୍ ସ୍ପିକର ଏବଂ ଓଲିଉଡର ଜଣେ ଅଭିନେତ୍ରୀ ଏବଂ ମଡେଲ୍ ଲେସଲି ତ୍ରିପାଠୀ। ବଲିଉଡ ଓଡିଆକୁ ସଂଯୋଗ କରିବା, ଓଡିଆ ପରମ୍ପରା ଓ ସଂସ୍କୃତି ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ମହିଳା ଉଦ୍ୟୋଗୀମାନଙ୍କୁ ଏକ ସୁଯୋଗ ଦେବା ପାଇଁ ଏସଓଡବ୍ଲ୍ୟୁଡବ୍ଲ୍ୟୁ ଏଫ୍‌ବି (SOWW FB) ଦ୍ୱାରା ଏହି ଇଭେଣ୍ଟଟି କରାଯାଇଥିଲା।

Comments are closed.