Latest Odisha News

BREAKING NEWS

ଇଣ୍ଡିଗୋ କିିଣିବ ୫୦୦ ନୂତନ ଏୟାରବସ ଏ୩୨୦ ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାର ଲାଇନ୍ସ ୫୦୦ ନୂତନ ଏୟାରବସ ଏ୩୨୦ ଏୟାରକ୍ରାଫ୍ଟ କିଣିବା ପାଇଁ ନିଷ୍ପତି ନେଇଛି । ପ୍ରଥମ ଥର ପାଇଁ ଏହି ଭାରତୀୟ ଏୟାରଲାଇନ୍ସ ଦ୍ୱାରା ଏକକାଳୀନ ଏତେ ମାତ୍ରାରେ ଏୟାରବସ ଏ ୩୨୦ ଫ୍ୟାମିଲି ବିମାନ କିଣାଯିବ । ୨୦୩୫ ସୁଦ୍ଧା ଏହାର ଅର୍ଡର ଡେଲିଭେରୀ ହେବ ବୋଲି ଆଶା ବ୍ୟକ୍ତ କରାଯାଇଛି । ଏଥିପାଇଁ ଇଣ୍ଡିଗୋକୁ ୪.୦୯ ଲକ୍ଷ କୋଟି ଖର୍ଚ୍ଚ କରିବାକୁ ପଡିବ । ଡିସକାଂଉଟ ପରେ ଏହାର ମୂଲ୍ୟ କମିପାରେ । ଏବେ କେତେ ମାତ୍ରାରେ ଡିସକାଂଉଟ ଦିଆଯିବ ସେ ନେଇ କୌଣସି ଚୂଡାନ୍ତ ନିଷ୍ପତି ଗ୍ରହଣ କରାଯାଇ ନାହିଁ ।

ଏହି ଅର୍ଡର ଇଣ୍ଡିଗୋ ୧୩୩୦ ବିମାନ ନେଇ ଚୁକ୍ତି କରିସାରିଛି । ଚଳିତ ବର୍ଷ ଟାଟା ଗ୍ରୁପର ମାଲିକାନା ଥିବା ଏୟାର ଇଣ୍ଡିଆ ଏହା ପୂର୍ବରୁ ୪୭୦ଟି ନୂଆ ବିମାନ କିଣିବା ପାଇଁ ଏୟାରବସ ଓ ବୋଇଙ୍ଗ ସହ ଚୁକ୍ତି କରିଥିଲା । ଏହି ଚୁକ୍ତି ସହ ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି ।

Comments are closed.