Latest Odisha News

BREAKING NEWS

ବୟସ ମାତ୍ର ୧୦ : ହେଲେ ବେଲଗାମ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା

ଲଣ୍ଡନ: ପ୍ରାୟତଃ ପିଲାମାନେ କଣ୍ଢେଇ ଏବଂ ଗାଡ଼ିର ଖେଳନାରେ ଖେଳିବାକୁ ଭଲ ପାଆନ୍ତି । ଏଥିପାଇଁ ସେମାନେ ପ୍ଲାଷ୍ଟିକ୍ ଖେଳଣା ବ୍ୟବହାର କରନ୍ତି । କଣ୍ଢେଇ ପାଇଁ ଘର ହେଉ କିମ୍ବା ଏହାର ଡିଜାଇନର୍ ସାମଗ୍ରୀ, ସବୁକିଛି ବଜାରରେ ସହଜରେ ଉପଲବ୍ଧ । ତଥାପି ଏମିତି ଜଣେ କୁନି ଝିଅ ଅଛି, ଯାହାଙ୍କ ବିଷୟରେ ଶୁଣିଲେ ଆପଣଙ୍କୁ ତାଙ୍କ ଜୀବନ ଏକ କାହାଣୀଠାରୁ କମ୍ ଲାଗିବ ନାହିଁ ।

ଲଣ୍ଡନରେ ରୁହନ୍ତି ଆଦାମ ଏବଂ ଏମିଲି ଅବ୍ରହାମ । ତାଙ୍କର ବିଳାସପୂର୍ଣ୍ଣ ସାମଗ୍ରୀ ବ୍ୟବସାୟ ରହିଛି । ତାଙ୍କର ୧୦ ବର୍ଷର କୁନି ଝିଅ ହେଉଛି ମୋ ଅବ୍ରହାମ । ମୋ ଅବ୍ରହାମଙ୍କ ପାଖରେ ତାଙ୍କ ବୟସରେ ଖେଳିବା ଓ ବ୍ୟବହାର କରିବା ପାଇଁ ସମସ୍ତ ପ୍ରକାର ସାମଗ୍ରୀ ରହିଛି,ଯାହା କଳନା କରା ନ ଯାଇ ପାରେ ସେ ଭିତରେ ଅଛି ଡିଜାଇନର୍ ପୋଷାକ, ଦାମି ବ୍ୟାଗ, ଜୋତାଠାରୁ ଆରମ୍ଭ କରି ମହଙ୍ଗା ଗାଡ଼ି ପର୍ଯ୍ୟନ୍ତ । ସୋସିଆଲ ମିଡିଆରେ ଏହି ଝିଅର ଅଦ୍ଭୁତ ଜୀବନ ଶୈଳୀ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ମାତ୍ର ୧୦ ବର୍ଷ ବୟସରେ ସେ କୋଟି କୋଟି ଟଙ୍କା ଉଡ଼ାଉଛନ୍ତି । ତେଣୁ ତାଙ୍କୁ ‘ବିଲିୟନେୟାର ଗାର୍ଲ’ର ଟ୍ୟାଗ୍ ଦିଆଯାଇଛି । ଯେତେବେଳେ ଲୋକମାନେ ତାଙ୍କୁ ଦେଖନ୍ତି ସେତେବେଳେ ଅଟକି ଯାଇ ଘଡ଼ିଏ ଭାବନ୍ତି । ଟିକଟକରେ ତାଙ୍କୁ ଏକ ଭିଡିଓରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ସେ ୬୧ ଲକ୍ଷ ଟଙ୍କା ମୂଲ୍ୟର ପୋଷାକ, ୧୧ ଲକ୍ଷ ମୂଲ୍ୟର ପର୍ସ ଏବଂ ୪ ଲକ୍ଷ ଟଙ୍କା ମୂଲ୍ୟର ହାର ପିନ୍ଧିଥିଲେ । ଏହା ସତ୍ତ୍ୱେ ତାଙ୍କ ମା କହିଛନ୍ତି ଯେ, ମୋ ଝିଅ ଯାହା ଚାହିଁଛି ତାହା ପାଇନାହିଁ ।

 

Comments are closed.