Latest Odisha News

BREAKING NEWS

ଖରାରେ ଆଉଟ୍ ପାଉଟ୍ ବାଦୁଡ଼ି, ପାଣି ଛିଞ୍ଚନ ପାଇଁ ପ୍ରଶାସନକୁ ନିବେଦନ

କଟକ: ଗତ କିଛି ଦିନ ଧରି ବଡମ୍ବା ନରସିଂହପୁର ବ୍ଲକରେ ତାପମାତ୍ରା 40 ରୁ 45 ଡ଼ିଗ୍ରୀ ରହୁଥିବାରୁ ସାଧାରଣ ଜୀବନ ଯାପନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଜୀବଜନ୍ତୁ ମଧ୍ଯ ତ୍ରାହି ତ୍ରାହି ଡ଼ାକିଲେଣି। ବିଶେଷ କରି ବାଦୁଡି ମାନେ ପ୍ରବଳ ଖରାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି। ନରସିଂହପୁର ବ୍ଲକ ଅନ୍ତର୍ଗତ କାଞ୍ଜିାଆପଦା ଠାରେ କେତେକ ଗଛରେ ହଜାର ହଜାର ବାଦୁଡି ରହିଥିବା ବେଳେ ତାଙ୍କ ପାଇଁ ପ୍ରଶାସନ ପକ୍ଷରୁ ଖରାଦିନେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ ନଥିବାରୁ ବାଦୁଡ଼ି ମାନେ ଅକାଳରେ ପ୍ରାଣ ହରାଇଥିବା ଆଭିଯୋଗ ହେଉଛି। ପ୍ରଶାସନ ପକ୍ଷରୁ ଅଗ୍ନିଶମ ବିଭାଗ ଦ୍ଵାରା ପ୍ରବଳ ଖରାରୁ ରକ୍ଷା ପାଇବା ପାଇଁ ପାଣି ଛିଞ୍ଚନ ବ୍ୟବସ୍ଥା କରିବା ପାଇଁ ସାର୍ପ ସଂଗଠନ ପକ୍ଷରୁ ସଂପାଦକ ବିଜୟ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି।

Comments are closed.