Latest Odisha News

ଓଡ଼ିଶା ଛୁଇଁଲା ମୌସୁମୀ: ଦୁଇ ଦିନ ଭିତରେ ଭିଜାଇବ ସାରା ରାଜ୍ୟ

ଭୁବନେଶ୍ୱର:ରାଜ୍ୟକୁ ଅଗ୍ରସର ହେଲା ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ  । ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଞ୍ଚଳ, କୋରାପୁଟ ଏବଂ  ଗଜପତି ଜିଲ୍ଲାର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି  ।  ଆଗାମୀ ଦୁଇଦିନ ମଧ୍ୟରେ ସାରା ଓଡିଶାକୁ ଅଗ୍ରସର ହେବ । ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଏମିତି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଆଜି ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଯାଇଛି । କେବଳ ରାଜଧାନୀରେ ସାଢେ ୧୧ଟା ସୁଦ୍ଧା ୫୯.୮ ମିମି ବର୍ଷା ରେକର୍ଡ କରାଯାଇଛି । ଦୀର୍ଘ ସମୟ ଧରି ବର୍ଷା ଲାଗି ରହିବା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ଏଥିସହିତ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଆସନ୍ତା ୩ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ  ଆଲର୍ଟ ଜାରି କରାଯାଇଛି ।

ମୌସୁମୀ ଓଡ଼ିଶାକୁ ପ୍ରବେଶ କରିବା ପରେ ଆଶ୍ୱସ୍ତ ହୋଇଛନ୍ତି ରାଜ୍ୟବାସୀ । ଆଜି ମାଲକାନଗିରିର ଅଧିକାଂଶ ଅଞ୍ଚଳ, କୋରାପୁଟ ଓ ଗଜପତିର କିଛି ଅଞ୍ଚଳରେ ପ୍ରବେଶ କରିଛି ମୌସୁମୀ । ଏ ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

 

 

 

Comments are closed.