Latest Odisha News

ଭାଷା ଭାଗବତ : ନିଜସ୍ବ ଭାବ, ନିଜ ସ୍ବଭାବ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ବ୍ୟକ୍ତିର ପ୍ରେମ କିଂବା ଘୃଣା
ପଛର କାରଣ ଅଜଣା
ହୋଇ ବି ପାରେ ଆପେ ବଢ଼ି
ମନରୁ ହୁଏନି ଘଉଡ଼ି

‘ କାହିଁକି ? ‘ ପ୍ରଶ୍ନର ଉତ୍ତର
ଖୋଜିଲେ ସୁଦ୍ଧା ବାରଂବାର
ମୁଖ୍ୟତଃ ପ୍ରାୟତଃ ମିଳେନି
ବ୍ୟକ୍ତିର ଭାବ ବଦଳେନି

ବୋଲାଇ ‘ ତର୍କଶୀଳ ପ୍ରାଣୀ ‘
କିଛି ନ ବୁଝି କିଂବା ଜାଣି
ମଣିଷ ନିଜ ମନୋଭାବ
ସଂଭାଳି କରୁଥାଏ ଗର୍ବ

ସରାଗ ଅଥବା ବିରାଗ
କିଛି ନ କରି କେବେ ତ୍ୟାଗ
ବ୍ୟକ୍ତି ନିଜ ସ୍ବଭାବ ଧରି
ବ୍ୟକ୍ତି ନିଜସ୍ବ ଭାବ ଧରି

ବଂଚଇ ନିଜକୁ ସ୍ବୀକାରି
ଅନ୍ୟାନ୍ୟ ସଭିଂକୁ ସଂହାରି
ତା’ର ବିଜୟ, ପରାଜୟ
ନିଜର କଳ୍ପନା ଉଭୟ

ତଥ୍ୟାଦି କଲେ ବିଶ୍ଳେଷଣ
ମିଳଂତା ଅସଂଖ୍ୟ ପ୍ରମାଣ
ବ୍ୟକ୍ତିର ଅଳସୁଆପଣ
ହେତୁ ଏ ସବୁ ମୂଲ୍ୟହୀନ

Comments are closed.