Latest Odisha News

BREAKING NEWS

ଚଳଚ୍ଚିତ୍ର ନିର୍ମାତା କୁଲଜିତ ପାଲଙ୍କ ଦେହାନ୍ତ

ମୁମ୍ବାଇ: ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା କୁଲଜିତ ପାଲଙ୍କ ଦେହାନ୍ତ ହୋଇଛି। ତାଙ୍କର ଶେଷକୃତ୍ୟ ଆଜି ମଧ୍ୟାହ୍ନ୧୨ ଟାରେ ମୁମ୍ବାଇର ସାଣ୍ଟାକ୍ରୁଜ୍ ଶ୍ମଶାନରେ ଅନୁଷ୍ଠିତ ହୋଇଛି। ତାଙ୍କ ଆତ୍ମାର ଶାନ୍ତି ପାଇଁ ଜୁନ୍ ୨୯ ତାରିଖ ସନ୍ଧ୍ୟା୫ ଟାରୁ ୬ଟା ମଧ୍ୟରେ ଏକ ପ୍ରାର୍ଥନା ସଭା ଆୟୋଜିତ ହେବ ବୋଲି ସୂଚନା ରହିଛି। କୁଲଜିତ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ ଏବଂ ରବିବାର ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି।

କୁଲଜିତଙ୍କ ମ୍ୟାନେଜର ସଞ୍ଜୟ ବାଜପାଇ କହିଛନ୍ତି, “କୁଲଜିତଜୀଙ୍କ ହୃଦଘାତ ହୋଇଥିଲା ଏବଂ ସେ ଦୀର୍ଘଦିନ ଧରି ଅସୁସ୍ଥତା ଅନୁଭବ କରୁଥିଲେ।” କୁଲଜିତ ପାଲ ଅଭିନେତ୍ରୀ ରେଖାଙ୍କୁ ଫିଲ୍ମରେ ବ୍ରେକ୍ ଦେଇଥିଲେ। କିନ୍ତୁ ସେହି ସମୟରେ ଏହି ପ୍ରୋଜେକ୍ଟ ଆଗକୁ ସଫଳ ପାଇନଥିଲା ଏବଂ ଚଳଚ୍ଚିତ୍ରଟି ବନ୍ଦ ହୋଇଯାଇଥିଲା। ତାଙ୍କ ଝିଅଙ୍କ ନାମ ଅନୁ ପାଲ, ସେ ଫିଲ୍ମ ଦୁନିଆରେ ପ୍ରବେଶ କରିସାରିଛନ୍ତି। ଅନୁ ଫିଲ୍ମ ‘ଆଜ’ ରେ ନଜର ଆସିଥିଲେ। କୁଲଜିତ ପାଲ ତାଙ୍କ କ୍ୟାରିୟରରେ ଅର୍ଥ, ଆଜ, ପରମାତ୍ମା, ଭାସନା, ଦୋ ଶିକାରୀ ଏବଂ ଆଶିଆନା ଭଳି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। କିଛି ସପ୍ତାହ ପୂର୍ବରୁ ସେ ସଂପୂର୍ଣ୍ଣ ସିନେମାରେ ଏକ ସାର୍ବଜନୀନ ବିଜ୍ଞପ୍ତି ପ୍ରକାଶ କରିଥିଲେ ଯେ ସେ ଅର୍ଥର ରିମେକ୍ ରାଇଟ୍ସ ଏଗ୍ରିମେଣ୍ଟ ବାତିଲ କରିଛନ୍ତି।

Comments are closed.