ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଚମତ୍କାର କରେ ଚିତ୍କାର
” ନ ବୁଝି ଶବ୍ଦାର୍ଥ ମୋହର
କିଆଁ କରୁଛ ବ୍ୟବହାର
ହେ ପ୍ରିୟ ପାଠକ ପ୍ରବର ?
ସତରେ ଯାହା ଚମତ୍କାର
ସେଆଡ଼େ ବୁଲାଅ ନଜର
ଶୁଖା ମାଟିରେ ବୁଣେ ଧାନ
ଏଠାରେ କୃଷକ ସଂତାନ
ଅଶ୍ରୁ-ସେଚିତ ମାଆ ମାଟି
ଫଳାଏ ଧାନ କୋଟି କୋଟି
ତାହା ହିଁ ପୂରାଏ ଉଦର
ଏହା ତ ସତେ ଚମତ୍କାର
ଯେ କରେ ଶବ୍ଦ ଯୋଡ଼ାଯୋଡ଼ି
ତାହାର ମଥାରେ ପଗଡ଼ି
ବାଂଧିବାର ଏ ପରଂପରା
ଭାଷାକୁ କରେ ଦରମରା
ଯଶମଂଡିତ କବିଗଣ
ଥିଲେ ବି ଭାଷାର ଉତ୍ଥାନ
କେବେ ତ ହୋଇନି ସ୍ବୀକୃତ
କିଆଁ ହେଉନ ଚମତ୍କୃତ ?
ଏ ପୁରସ୍କାର, ଉପାୟନ
କିପାଇଁ ହେଲେ ମୂଲ୍ୟହୀନ ?
ଏ ପ୍ରଶ୍ନ କରିଲେ ବିଚାର
ଲାଗିବ ସତେ ଚମତ୍କାର ! ”
ଚମତ୍କୃତ କି ଉପକୃତ ?
ବୁଝାଇ ଥରଟେ କହ ତ
କେଉଁଟି ଅଟଇ ପ୍ରକୃତ ?
ଭାଷାର ଆଦିମୂଳ ସତ
Comments are closed.