ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ଶେଷ ଦର୍ଶନ, କାଲି ବାହୁଡିବେ ଶ୍ରୀମନ୍ଦିର
ଅପରାହ୍ନ ୫ ଯାଏ ଦର୍ଶନ କରିବେ ଭକ୍ତ, ବୁଧବାର ବାହୁଡା ଯାତ୍ରା ପାଇଁ ହେବ ପହଣ୍ଡି
ପୁରୀ: ଆଜି(ମଙ୍ଗଳବାର) ଜନ୍ମବେଦିରେ ମହାପ୍ରଭୁଙ୍କ ଶେଷ ସନ୍ଧ୍ୟା ଦର୍ଶନ ହେବ। ଅପରାହ୍ନ ୫ଟା ଯାଏ ଭକ୍ତ ଶ୍ରୀ ଶ୍ରୀଜୀଉଙ୍କୁ ଦେଖା କରିପାରିବେ। ଏହାପରେ ମହାପ୍ରଭୁ ବାହୁଡ଼ା ଯାତ୍ରାରେ ବାହାରିଯିବେ।
ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବେ। ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ସାରି ନାକଚଣା ଦ୍ୱାରଦେଇ ବାହାରିବେ। ସକାଳ ୭ଟାରୁ ଦର୍ଶନ ଆରମ୍ଭ ହୋଇଯାଇଛି। ଏହି ଦର୍ଶନ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଅପରାହ୍ନ ୫ଟାରୁ ଦର୍ଶନ ବନ୍ଦ କରି ବାହୁଡ଼ା ପହଣ୍ଡି ପ୍ରସ୍ତୁତି ଆରମ୍ଭ ହେବ। ତେବେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ବୁଧବାର ପବିତ୍ର ବାହୁଡା ଯାତ୍ରା ହେଉଥିବାରୁ ସେ ନେଇ ସ୍ଥିତି ଯାଞ୍ଚ କରିବା ସହ ସବ ପ୍ରସ୍ତୁତି ଚାଲିଛି। ୨୯ତାରିଖରେ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ହେବ। ଏହାପରେ ଜୁଲାଇ ୧ରେ ନୀଳାଦ୍ରି ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।
Comments are closed.