ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ଏବେ ଖୁବ୍ ଚର୍ଚ୍ଚାରେ । ଏବେ କିଛି ବର୍ଷର ବ୍ରେକ୍ ପରେ ସେ ପୁଣି ଅଭିନୟ ଦୁନିଆକୁ ଫେରିଛନ୍ତି । ବଲିଉଡ଼ର ଅନେକ ବଡ଼ ବଡ଼ ଅଭିନେତା ଅଭିନେତ୍ରୀ ଓଟିଟିରେ କାମ କରିବାକୁ ପସନ୍ଦ କରୁଛନ୍ତି । ଅନେକ କଳାକାର ଓଟିିଟିରେ କାମ କରିଥିବା ବେଳେ ଏବେ ଅଭିନେତ୍ରୀ ସୋନମ କପୁର ଓଟିଟି ପ୍ଲାଟଫର୍ମରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି । ଜିଓ ସିନେମାରେ କ୍ରାଇମ୍ ଡ୍ରାମା ‘ବ୍ଲାଇଣ୍ଡ’ ଜରିଆରେ ସେ ତାଙ୍କ ଡିଜିଟାଲ ଫ୍ଲାଟ୍ଫର୍ମ ଡେବ୍ୟୁ କରିବେ ।
‘ବ୍ଲାଇଣ୍ଡ’ ହେଉଛି ୨୦୧୧ କୋରିଆନ ଫିଲ୍ମର ରିମେକ୍ । ଏଥିରେ ସୋନମ୍ଙ୍କ ସହିତ ପୁରବ୍ କୋହଲି, ବିନୟ ପାଠକ୍, ଲିଲେଟି ଦୁବେ ଏବଂ ଶୁଭମ୍ ସରଫ୍ ନଜରକୁ ଆସିବେ । ‘ବ୍ଲାଇଣ୍ଡ’ ପୋଲିସ ଅଫିସରମାନେ ସିରିଏଲ କିଲରଙ୍କୁ ଖୋଜୁଥିବା ଦେଖିବାକୁ ମିଳିବ । ଜୁଲାଇ ୭ରେ ଏହା ଜିଓ ସିନେମାରେ ରିଲିଜ୍ ହେବ । ସୋନମ୍ ଶେଷଥର ପାଇଁ ୨୦୨୦ରେ ଫିଲ୍ମ ‘ଏକ୍ ବନାମ ଏକ୍’ରେ ନଜର ଆସିଥିଲେ । ଏଥିସହ ଅନେକ ମ୍ୟୁଜିକ୍ ଭିଡିଓରେ ମଧ୍ୟ ନଜରକୁ ଆସିଛନ୍ତି ।
ନିକଟରେ ସୋନମ୍ ଏବଂ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜାଙ୍କୁ ତାଙ୍କ ୧୦ ମାସର ପୁଅ ସହ ଲଣ୍ଡନର ଏକ ପ୍ଲେ ଗ୍ରାଉଣ୍ଡରେ ଖେଳୁଥିବା ନଜରକୁ ଆସିଥିଲେ । ଏହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ ।
Comments are closed.