Latest Odisha News

BREAKING NEWS

ଚଳନ୍ତା ଟ୍ରେନ୍‌ରେ ଗୁପ୍‌ଚୁପ୍ ପସରା: ମଜା ନେଲେ ଯାତ୍ରୀ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଷ୍ଟ୍ରିଟ୍ ଫୁଡ ପସନ୍ଦ କରିଥାନ୍ତି । ସମସ୍ତ ଷ୍ଟ୍ରିଟ୍‌ଫୁଡ଼ ଭିତରୁ ଗୁପ୍‌ଚୁପ୍‌କୁ ସବୁବର୍ଗର ଲୋକେ ଅଧିକ ପସନ୍ଦ କରିଥାନ୍ତି । ସେଥିଲାଗି ରାସ୍ତା କଡ଼ରେ ମିଳୁଥିବା ଗୁପ୍‌ଚୁପ୍ ଓ ଚାଟ୍ ପାଖରେ ବେଶୀ ଗହଳି ଦେଖିବାକୁ ମିଳିଥାଏ । ଏହାର ଚାହିଦା ଅଧିକ ଥିବାରୁ ପ୍ରତ୍ୟେକ ଗଳିକନ୍ଦିରେ ଗୁପ୍‌ଚୁପ୍ ବିକ୍ରି ହୋଇଥାଏ । ହେଲେ ଏବେ ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନ୍‌ରେ ଗୁପ୍‌ଚୁପ୍‌ର ପସରା ମେଲାଇଥିବା ଦେଖିବାକୁ ମିଳିଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସାଧାରଣତଃ ବସ୍ ବା ଟ୍ରେନ୍‌ରେ ଯାତ୍ରା ସମୟରେ ଅନେକ ଖାଦ୍ୟ ବିକ୍ରି ଆସିଥାନ୍ତି । କିନ୍ତୁ ଏବେ ଚଳନ୍ତା ଟ୍ରେନ୍‌ରେ ଗୁପ୍‌ଚୁପ୍ ବିକ୍ରି ହେବାକୁ ଲାଗିଲାଣି । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଲୋକଙ୍କ ଏହି ଇଚ୍ଛା ପୂରଣ କରିବାକୁ ଯାଇ ଚଳନ୍ତା ଟ୍ରେନରେ ଗୁପ୍‌ଚୁପ୍ ବିକ୍ରି କରୁଛନ୍ତିି । ତାଙ୍କ ଚାରି ପାଖରେ ଲୋକେ ଠୋଲା ଧରି ଗୁପ୍‌ଚୁପ୍ ଖାଉଥିବା ନଜର ଆସିଛନ୍ତି । ତେବେ ଏହି ଭିଡିଓ କେଉଁଠାର ତାହା ସ୍ପଷ୍ଟ ଜଣାପଡ଼ିନାହିଁ । ସବୁଠୁ ବଡ଼ କଥା ହେଲା, ଟ୍ରେନଟି ଦ୍ରୁତଗତିରେ ଚାଲୁଥିବା ବେଳେ ଏହି ସମୟରେ ଗୁପ୍‌ଚୁପ୍ ବିକାଳି ବେପରୁଆ ଭାବେ ଗୁପ୍‌ଚୁପ୍ ବିକ୍ରି କରୁଛନ୍ତି । ଯାହା ଯାତ୍ରୀମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ । ଏଥିପ୍ରତି ରେଳବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ ।

ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ଲୋକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କେହି କେହି ଏହା ବିକାଶ ଭାରତ ବୋଲି ମତ ଦେଇଛନ୍ତି ।

Comments are closed.