କାଲିଫର୍ଣ୍ଣିଆ: ସାଧାରଣତଃ କୁକୁରମାନେ ମଣିଷର ନିକଟତମ ପ୍ରାଣୀ ଅଟନ୍ତି । ଅନେକ କୁକୁର ପ୍ରେମୀ ସେମାନଙ୍କୁ ନିଜ ସନ୍ତାନ ପରି ରଖନ୍ତି । କିଛି ଲୋକ ଦାମୀ କୁୁକୁର ରଖିବାକୁ ପସନ୍ଦ କରିଥାନ୍ତି । କାରଣ ତାକୁ ଯିଏ ଦେଖିବ ତାର ପ୍ରଂଶସା କରିବ । କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି, ଯାହାଙ୍କ ପାଖରେ ଦୁନିଆର ସବୁଠୁ ଅଧିକ ଅସୁନ୍ଦର କୁକୁର ରହିିଛି ।
ଲିଣ୍ଡା ଏଲମ୍କିଷ୍ଟ ନାମକ ଜଣେ ମହିଳା ଏକ କୁକୁର ରଖିଛନ୍ତି । ତାର ନାଁ ରଖିଛନ୍ତି ସ୍କୁଟର । ତାର ବୟସ ୭ ବର୍ଷ । ଏହା ଚାଇନିଜ କ୍ରେଷ୍ଟ ପ୍ରଜାତିର । ସ୍କୁଟର ଅନ୍ୟ କୁକୁରଠାରୁ ଦେଖିବାକୁ ପୂରା ଭିନ୍ନ । ଏହାର ଦେହରେ ଗୋଟିଏ ବି ଲୋମ ନାହିଁ । ଏଥିସହିତ, ଏହାର ଗୋଡ ଦୁଇଟି ମଧ୍ୟ ପଛ ଆଡକୁ ବଙ୍କା । କେବଳ ଏତିକି ନୁହେଁ, ସ୍କୁଟରର ଜିଭ ସବୁବେଳେ ବାହାରକୁ ବାହାରି ଥାଏ । ଏହା ଦେଖିବାକୁ ଏତେ ଅସୁନ୍ଦର ଯେ, ଅନେକ ଲୋକ ଏହାକୁ ଘୃଣ୍ୟ ବୋଲି କୁହନ୍ତି । କିନ୍ତୁ ଲୀଣ୍ଡା ଏହାକୁ ନିଜ ଜୀବନଠୁ ଅଧିକ ଭଲ ପାଆନ୍ତି । ସ୍କୁଟରକୁ ଏକ ପଶୁ ସଂରକ୍ଷଣ ଗୋଷ୍ଠୀ ଉଦ୍ଧାର କରିଥିଲେ । ଏହା ପରେ ଲିଣ୍ଡା ତାକୁ ଆଣି ପାଳିଥିଲେ । ଏହାର ବିକଳାଙ୍ଗ ହେତୁ ସ୍କୁଟରକୁ ପୂର୍ବ ମାଲିକ ଛାଡି ଦେଇଥିଲେ ।
ନିକଟରେ କୁକୁରମାନଙ୍କୁ ନେଇ ଆୟୋଜିତ ହୋଇଥିଲା ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ସଂଖାଧିକ କୁକୁର ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରେ ଥିଲା ସ୍କୁଟର । ହେଲେ ଏହି ପ୍ରତିଯୋଗିତାରେ ସ୍କୁଟରକୁ ମିଳିଥିଲା ଦୁନିଆର ସବୁଠୁ ଅସୁନ୍ଦର କୁକୁରର ଆଖ୍ୟା । ବର୍ତ୍ତମାନ ସ୍କୁଟର କାଲିଫର୍ଣ୍ଣିଆରେ ବିଶ୍ୱର ସବୁଠାରୁ ଅସୁନ୍ଦର କୁକୁର ଆଖ୍ୟା ଅର୍ଜନ କରିଛି । ସେବେଠାରୁ ସ୍କୁଟରକୁ ନେଇ ଚାରିଆଡ଼େ ଅନେକ ଚର୍ଚ୍ଚା ଚାଲିଛି । ସ୍କୁଟର ଏହାର ଅପରିଚ୍ଛନ୍ନ ଚେହେରା ଯୋଗୁଁ ପ୍ରସିଦ୍ଧ ହୋଇଛି । ପ୍ରତିଯୋଗିତା ସମୟରେ ସ୍କୁଟର ବିଚାରପତିଙ୍କ ହୃଦୟ ଜିତିଥିଲା । ତାଙ୍କ ପୁରସ୍କାର ସଂଗ୍ରହ କରିବାକୁ ସ୍କୁଟର ବିନା କାର୍ଟରେ ମଞ୍ଚ ଉପରକୁ ଚଢିଗଲା । ଏହାର ମାଲିକ ଲିଣ୍ଡା ସ୍କୁଟରକୁ ନେଇ ଗର୍ବ କରନ୍ତି ।
କେବଳ ସେତିକି ନୁହେଁ , ସ୍କୁଟରଙ୍କ ଉପରେ ଏକ ଜୀବନୀ ମଧ୍ୟ ଲେଖାଯାଇଛି । ଏହାର ଓଲଟା ଗୋଡ ଯୋଗୁଁ ସ୍କୁଟର ଚଳପ୍ରଚଳ କରିବାରେ ଅସମର୍ଥ । କୁକୁରଟି ଭିନ୍ନକ୍ଷମ ହୋଇଥିବା ତାର ଯିବା ଆସିବା ପାଇଁ ଏକ କାର୍ଟ ରହିଛି. ଯାହା ସାହାର୍ଯ୍ୟରେ ସେ ଚଳପ୍ରଚଳ କରିପାରେ ।
Comments are closed.