Latest Odisha News

BREAKING NEWS

ବନ୍ଦ ହେଲା ହୀରାକୁଦ ଡ୍ୟାମର ୩ଟି ଗେଟ୍

ସମ୍ବଲପୁର: ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଗୁରୁବାର ସକାଳେ ଜଳଭଣ୍ଡାରର ୩ଟି ଗେଟକୁ ବନ୍ଦ କରିଦେଇଛନ୍ତି । ସେହିପରି ଗତକାଲି ବିଳମ୍ବିତ ରାତିରେ ଆହୁରି ଅନେକ ଗେଟକୁ ବନ୍ଦ କରାଯାଇଥିଲା ।

ମିଳିଥିବା ସୂଚନାନୁଯାୟୀ ମହାନଦୀର ଉପରମୁଣ୍ଡରୁ ସ୍ୱଳ୍ପ ଜଳ ପ୍ରବାହିତ ହେଉଥିବା ଯୋଗୁଁ ଡ୍ୟାମର ଜଳସ୍ତର କମୁଥିବାରୁ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବର୍ତ୍ତମାନ ସମୟରେ ମାତ୍ର ୪ଟି ଗେଟ୍ ଦେଇ ହୀରାକୁଦ ଜଳ ଭଣ୍ଡାରରୁ ଜଳ ନିଷ୍କାସିତ ହେଉଛି ।

ତେବେ ଆଜି ସକାଳ ୬ଟା ସୁଦ୍ଧା ଏହି ଜଳଭଣ୍ଡାରର ଜଳସ୍ତର ୬୨୩.୦୪ ଘନ ଫୁଟକୁ ଛୁଇଁଥିଲା । ଏହା ମଧ୍ୟକୁ ସେକେଣ୍ଡ ପିଛା ୧,୦୦,୫୦୯ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୧,୩୩,୬୪୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

Leave A Reply

Your email address will not be published.