Latest Odisha News

BREAKING NEWS

ପୁରୀରେ ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଦକ୍ଷିଣ-ପୂର୍ବ ଦିଗରେ ଥିବା ଏମାର ମଠର ଉଚ୍ଛେଦ ପ୍ରକ୍ରିୟା ଗୁରୁବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ।

ମିଳିଥିବା ସୂଚନାନୁଯାୟୀ ଶ୍ରୀମନ୍ଦିରର ଚାରିପାଖରୁ ପ୍ରାୟ ୭୫ମି. ଅବଧି ମଧ୍ୟରେ ଥିବା ବହୁ ପୁରାତନ ଚାରି ମହଲା ବିଶିଷ୍ଟ ଏମାର ମଠକୁ ଭଙ୍ଗାଯାଉଛି । ଏହି ମଠର ଉପର ମହଲାରୁ ପ୍ରଥମେ ଉଚ୍ଛେଦ ଆରମ୍ଭ ହୋଇଥିବା ନେଇ ଜଣାପଡିଛି । ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳ ବଳବନ୍ତ ସିଂହଙ୍କ ସମେତ ଘଟଣାସ୍ଥଳରେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ଉପସ୍ଥିତ ରହିଛନ୍ତି ।

ସେହିପରି ମଠ ମଧ୍ୟରେ ଥିବା ବ୍ରିଟିଶ ଅମଳର ତଥା ବହୁ ପୁରାତନ ରଘୁନନ୍ଦନ ଲାଇବ୍ରେରୀର ମୂଲ୍ୟବାନ ପୁସ୍ତକ ତଥା ନଥିପତ୍ର ସବୁକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ସୂତ୍ରରୁ ପ୍ରକାଶ ।

ତେବେ ଲଙ୍ଗୁଳି ଓ ଏମାର ମଠ ପରି ଶ୍ରୀଜଗନ୍ନାଥ ମନ୍ଦିରର ଚତୁଃପାଶ୍ୱର୍ରୁ ପ୍ରାୟ ୭୫ମି. ଅବଧି ମଧ୍ୟରେ ଥିବା ସମସ୍ତ ମଠକୁ ମଧ୍ୟ ଖୁବଶୀଘ୍ର ଭଙ୍ଗାଯିବା ନେଇ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା ପରେ ପୂର୍ବରୁ ମେଘନାଦ ପାଚେରୀର ଚାରପାଖରୁ ଉଚ୍ଛେଦ ପ୍ରକ୍ରିୟା ସରିଯାଇଛି । ଗତ ଅଗଷ୍ଟ ୧୬ ତାରିଖ ଦିନ ଓଡିଶା କ୍ୟାବିନେଟରେ ଜଷ୍ଟିସ୍ ବିପି ଦାସ କମିଶନଙ୍କ ସୁପାରିଶ କ୍ରମେ ଶ୍ରୀଜଗନ୍ନାଥ ମନ୍ଦିରର ଚାରି ପାଶ୍ୱର୍ରୁ ପ୍ରାୟ ୭୫ମି. ପର୍ଯ୍ୟନ୍ତ ସ୍ଥାନ ଖାଲି କରିବା ଲାଗି ନିଷ୍ପତ୍ତି ହୋଇଥିଲା ।

Leave A Reply

Your email address will not be published.