Latest Odisha News

୬୩ ବର୍ଷ ବୟସରେ ବିକିନି ପିନ୍ଧନ୍ତି ବୃଦ୍ଧା, ଦେଖିବାକୁ ଯୁବକ ହୁଅନ୍ତି ପାଗଳ

ନ୍ୟୁୟର୍କ : ସାଧାରଣତଃ ନିଜେ କେମିତି ପୋଷାକ ପରିଧାନ କରିବା ଓ କେଉଁ ପ୍ରକାର ଜୀବନଶୈଳୀ ଗ୍ରହଣ କରିବା ଉଚିତ ଏହା ସମସ୍ତଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । କିନ୍ତୁ ଆମ ସମାଜରେ ଏହାକୁ ବୟସ ସହିତ ଯୋଡ଼ାଯାଇଥାଏ । ବାର୍ଦ୍ଧକ୍ୟ ଛୁଇଁଲେ ଈଶ୍ୱରଙ୍କ ନାମ ଗ୍ରହଣ କରିବା ଉଚିତ୍ ଏବଂ ବସ୍ତୁବାଦୀ ଜୀବନରୁ ନିଜକୁ ପୃଥକ କରିବା ଉଚିତ୍ ବୋଲି ସମସ୍ତଙ୍କ ଚିନ୍ତାଧାରା । କିନ୍ତୁ କିଛି ଲୋକ ବୟସକୁ ଏକ ସଂଖ୍ୟା ଭାବରେ ବିବେଚନା କରନ୍ତି । ଏହିପରି ଲୋକମାନେ ପ୍ରକୃତରେ ମାନସିକସ୍ତରରେ ଯୁବକ ଅଟନ୍ତି । ଆମେରିକାର ଜଣେ ବୃଦ୍ଧା ଏହାର ଏକ ଉଦାହରଣ । ସେ ବୃଦ୍ଧାବସ୍ଥାରେ ବିକିନି ପିନ୍ଧନ୍ତି ଏବଂ ବୋଲ୍ଡ ଲୁକ୍‌ରେ ସୋସିଆଲ ମିଡ଼ିଆରେ ନଜର ଆସନ୍ତି । ଯୁବକମାନେ ତାଙ୍କୁ ଟିକେ ଦେଖିବାକୁ ପାଗଳ ହୋଇଯାଆନ୍ତି ।

ରବିନ୍ ନାମକ ଜଣେ ବୃଦ୍ଧା ଆମେରିକାର ଟେକ୍ସାସ୍‌ରେ ରୁହନ୍ତି । ବୟସ ୬୩ ହେଲାଣି । ସେ ସୋସିଆଲ ମିଡ଼ିଆରେ ଖୁବ୍ ଲୋକପ୍ରିୟ । ଏ ବୟସରେ ତାଙ୍କର ଜୀବନଶୈଳୀ ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ସେ ନିଜକୁ ଫିଟ୍ ରଖିବା ସହ ବିକିନ୍ ପିନ୍ଧନ୍ତି । ସେଥିଲାଗି କମ୍ ବୟସର ଯୁବକମାନେ ତାଙ୍କ ପ୍ରତି ଆକର୍ଷିତ ହୁଅନ୍ତି ।

ରବିନ୍ କହିଛନ୍ତି ଯେ, ପ୍ରାୟତଃ ଲୋକମାନେ ୬୦ ବର୍ଷରୁ ଅଧିକ ବୟସ ହୋଇଗଲେ ନିଜକୁ ବୟସ୍କ ବୋଲି ମନେ କରିଥାନ୍ତିି । ମୁଁ ୬୩ ବୟସରେ ନିୟମିତ ଜିମ୍ ଯିବା ସହ ଯୋଗ କରିଥାଏ । ଏହା ବ୍ୟତୀତ ଯୁବତୀମାନଙ୍କ ପରି ଡେଟିଂ ବି କରେ । ଏହି ବୟସରେ ମୁଁ ସବୁକିଛି କରିବାକୁ ସକ୍ଷମ ହୋଇପାରୁଛନ୍ତି । ସୋସିଆଲ ମିଡିଆରେ ମୋର ଫଟୋ ଓ ଭିଡ଼ିଓ ଦେଖିବା ପରେ କମ ବୟସର ଯୁବକମାନେ ମୋ ପ୍ରତି ଆକର୍ଷିତ ହୋଇଥାନ୍ତି ।

Comments are closed.