Latest Odisha News

BREAKING NEWS

ଏମିତି ଏକ ଛେଳି: ଯାହାର ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିହାର: ସମସ୍ତଙ୍କ ସଉକ ଭିନ୍ନ ଭିନ୍ନ । କିଏ ଘରେ କୁକୁର,ବିଲେଇ ଆଦି ପ୍ରଜାତିର ପଶୁ ରଖିବାକୁ ଚାହାନ୍ତି ତ ଆଉ କିଏ ନେଉଳ,ସାପ ଆଦି ପ୍ରଜାତିର ଜୀବ ରଖିବାକୁ ପସନ୍ଦ କରନ୍ତି । ଅନେକ ମଧ୍ୟ ଛେଳି,ମେଣ୍ଢା ଭଳି ଘରେ ସାକାହାରି ଜୀବ ରଖିବାକୁ ପସନ୍ଦ କରିଥାନ୍ତି । ତେବେ ବିହାରରେ ଏକ ଭିନ୍ନ ପ୍ରଜାତିର ଛେଳି ପାଳି ଚର୍ଚ୍ଚାକୁ ଆସିଛନ୍ତି ବ୍ୟକ୍ତି । ସେ ହେଲେ ସାହିଦ୍ ଉର୍ଫ । ସେ ପାଳିଥିବା ଛେଳିର ଖାଦ୍ୟ,ପାନୀୟ ଓ ଦାମ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ ।

ବିହାରର ଭାଗଲପୁର ଜିଲ୍ଲାର ମୌଲାନାଚକରେ ରୁହନ୍ତି ସାହିଦ ଉର୍ଫ । ସେ ଏକ ଟୋଟାପୁରୀ ପ୍ରଜାତିର ଛେଳି ପାଳିଛନ୍ତି,ଯାହାକୁ ନେଇ ସେ ଖୁବ୍ ଚର୍ଚ୍ଚାରେ । ତାର ନାଁ ରଖିଛନ୍ତି ଲକ୍‌ଡ଼ାଉନ । କାରଣ ସେ ୨୦୨୦ ମସିହା ଲକ୍‌ଡ଼ାଉନ୍ ସମୟରେ ଜନ୍ମ ହୋଇଥିବାରୁ ତାର ନାଁ ଏପରି ରଖିଛନ୍ତି ସାହିଦ୍ । ଏହି ଛେଳିର ଓଜନ ପ୍ରାୟ ୮୦ କିଲୋ ହୋଇଥିବା ବେଳେ ଏହାର ମୂଲ୍ୟ ୧ ଲକ୍ଷରୁ ଅଧିକ ଟଙ୍କା । ଏହି ଛେଳି ଦେଖିବାକୁ ସମ୍ପୂର୍ଣ୍ଣ ଧଳା ହୋଇଥିବାରୁ ସୁନ୍ଦର ଦେଖାଯାଏ । କିନ୍ତୁ ସେ ଏହାକୁ ବିକୟ କରିବାକୁ ଚାହାଁନ୍ତି ନାହିଁ । ଅନେକ ବେପାରୀ ଏହି ଛେଳି କିଣିବାକୁ ଆସି ନିରାଶ ହୋଇ ଫେରିଥାନ୍ତି । ଏହି ଛେଳିର ବିଶେଷତ୍ୱ ହେଉଛି, ଏହା ନିୟମିତ କୋଲ୍‌ଡ଼ ଡ଼୍ରିଙ୍କ୍‌ସ ପିଇଥାଏ ।

Comments are closed.