ଲକ୍ଷେ୍ନା÷: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷେ୍ନା÷ ଏହାର ଐତିହାସିକ ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟ ପାଇଁ ବେଶ୍ ପ୍ରସିଦ୍ଧ । ଲକ୍ଷେ୍ନା ସହରରୁ କିଛି ଦୂରରେ ଥିବା ଗାଁରେ ଏମିତି ଏକ ମନ୍ଦିର ରହିଛି, ଯାହାର ପରମ୍ପରା ଓ ଐତିହ୍ୟ ପୁରା ନିଆରା । ଏହି ଗାଁକୁ ବୋହୂ ଭାବେ କୌଣସି ଝିଅ ଆସିଲେ ପ୍ରଥମେ ନିଜ ହାତରେ ମିଠା ପ୍ରସ୍ତୁତ କରି ଏହି ମନ୍ଦିରରେ ପୂଜା କରିଥାନ୍ତି । ପରେ ସେ ଶାଶୁ ଘରେ ଅନ୍ୟ ଖାଦ୍ୟ ରୋଷେଇ କରିବାର ପରମ୍ପରା ରହିଛି ।
ଲକ୍ଷେ୍ନା ସହରରୁ କିଛି ଦୂରରେ ରହିଛି ଚିନ୍ହାଟର ଅନୁରା କାଲା ଗାଁ । ଏହି ଗାଁରେ ରହିଛି ଇମଲି ବନ୍ଧ୍ ବାବା ମନ୍ଦିର । ଏହି ମନ୍ଦିରର ଇତିହାସ ବହୁତ ପୁରୁଣା । ଏହି ମନ୍ଦିର ଲୋକମାନଙ୍କ ପାଇଁ ବିଶ୍ୱାସ, ଆଶୀର୍ବାଦ ଏବଂ ସଂସ୍କୃତିର ପ୍ରତୀକ । ଗାଁରେ ହେଉ ବା କାହାରି ଘରେ କୌଣସି ଶୁଭ କାର୍ଯ୍ୟ ଏହି ମନ୍ଦିରରୁ ହିଁ ଆରମ୍ଭ ହୋଇଥାଏ । ଯଦି ଗ୍ରାମର କୌଣସି ପୁଅ କିମ୍ବା ଝିଅର ବିବାହ ପାଇଁ ଦେଖାଚାହାଁ ଏଠାରୁ ହିଁ ଆରମ୍ଭ ହୁଏ । ବିବାହ ପରେ ଗାଁକୁ ଆସୁଥିବା ନୂଆ ବୋହୂର ପ୍ରଥମ ହାତ ତିଆରି ମିଠା ବାବାଙ୍କୁ ଅର୍ପଣ କରାଯାଇଥାଏ । ପରେ ସେ ଶାଶୁଘରେ ରୋଷେଇ କରିଥାଏ । ଏପରି କରିବା ଦ୍ୱାରା ନବଦମ୍ପତ୍ତିଙ୍କ ଦାମ୍ପତ୍ୟ ଜୀବନ ଭଲରେ କଟିଥାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି ।
ଏହି ପରମ୍ପରା କେଉଁ କାଳରୁ ଏଠାରେ ଚଳି ଆସୁଛି । ଏହି ମନ୍ଦିରକୁ ବହୁ ଦୂରଦୂରାନ୍ତରୁ ଅନେକ ଭକ୍ତ ଏଠାକୁ ଆସନ୍ତି । ବାବାଙ୍କୁ ଦର୍ଶନ କରିବା ଦ୍ୱାରା ନିଜର ମନସ୍କାମନା ପୂରଣ ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।
Comments are closed.