ବ୍ରିଟେନ: ଆଜିକାଲି ଯୁବପିଢୀ ଦେହରେ ବିଭି୍ନ୍ନ ପ୍ରକାରର ଟାଟୁ କରିବାକୁ ପସନ୍ଦ କରୁଛନ୍ତି । ନିଜ ସଉକକୁ ପୂରଣ କରିବାକୁ ଯାଇ ଜଣେ ଜଣେ ସେମାନଙ୍କ ସମ୍ପୂର୍ଣ୍ଣ ଶରୀରରେ ଟାଟୁ କରିଥାନ୍ତି । ହେଲେ ବ୍ରିଟେନରେ ରହୁଥିବା ଜଣେ ମହିଳା ନିଜ ଦେହରେ ଟାଟୁ କରିଥିବାରୁ ତାଙ୍କୁ ତାଙ୍କ ପିଲାଙ୍କ ସ୍କୁଲ ଭିତରକୁ ଯିବାକୁ ବାରଣ କରାଯାଇଛି । ପବ୍ ଲୋକମାନେ ତାଙ୍କୁ ଆଜୀବନ ନିଷେଧ କରିଛନ୍ତି ।
ୱେଲ୍ସର ବାସିନ୍ଦା ୪୬ ବର୍ଷିୟା ମେଲିସା ସ୍ଲୋନ୍ । ସେ ଦୁଇ ସନ୍ତାନର ମାଆ ଅଟନ୍ତି । ସେ ଶରୀରରେ ଟାଟୁ କରିବାକୁ ବହୁତ ଭଲ ପାଆନ୍ତି । ତେଣୁ ସେ ତାଙ୍କ ମୁଣ୍ଡରୁ ଆଙ୍ଗୁଠି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶରୀରରେ ଟାଟୁ କରିଛନ୍ତି । ଦୁନିଆର ସବୁଠାରୁ ଅଧିକ ଟାଟୁ କରିଥିବା ମହିଳା ସେ ବୋଲି ନିଜକୁ କହିଥାନ୍ତି । ଏହାକୁ ପ୍ରମାଣ କରିବାକୁ, ସେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ତାଙ୍କ ନାମ ପଞ୍ଜିକରଣ କରିବାକୁ ଚାହୁଁଛନ୍ତି । ହେଲେ ସେ ପୁରା ଶରୀରରେ ଟାଟୁ କରିଥିବାରୁ ତାଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । କେହି ତାଙ୍କୁୁ କୌଣସି କାମ ଦେବାକୁ ପ୍ରସ୍ତୁତ ନୁହେଁ । ଟାଟୁ ପାର୍ଲରକୁ ଯିବାକୁ ତାଙ୍କୁ ବାରଣ କରାଯାଇଛି । କେବଳ ସେତିକି ନୁହେଁ, ବିଦ୍ୟାଳୟ ଏବଂ ପବ୍ ଭିରକୁ ଯିବାକୁ ଆଜୀବନ ନିଷେଧ କରାଯାଇଛି ।
ମେଲିସା କହିଛନ୍ତି, ମୁଁ ଚାକିରି ପାଇପାରୁ ନାହିଁ । ଅନେକ ସ୍ଥାନରେ ଚେଷ୍ଟା କରୁଥିଲେ ମଧ୍ୟ କେହି କାମ ଦେବାକୁ ରାଜି ହେଉନାହାନ୍ତି । ଶେଷରେ ଶୈାଚାଳୟ ସଫା କରିବା କାମ ପାଇଁ ଫର୍ମ ଦାଖଲ କଲି, ହେଲେ ସେଠାରେ ବି ମୋତେ ମନା କରାଯାଇଥିଲା । ମୋର ଟାଟୁ ହେତୁ କେହି ମୋତେ ସୁଯୋଗ ଦେବାକୁ ଚାହାଁନ୍ତି ନାହିଁ । ମୁଁ ମୋ ପିଲାମାନଙ୍କ ବିଦ୍ୟାଳୟକୁ ମଧ୍ୟ ଯାଇ ପାରେ ନାହିଁ । କାରଣ ସେମାନେ ମୋତେ ଭିତରକୁ ଯିବାକୁ ଅନୁମତି ଦିଅନ୍ତି ନାହିଁ । ମୋ ମୁହଁରେ ତିନୋଟି ସ୍ତରର ଟାଟୁ ଅଛି । ଯିଏ ଯାହା କହିଲେ ବି ମୁଁ ଟାଟୁ କରିବା ଜାରି ରଖିବି ବୋଲି କହିଛନ୍ତି ।
Comments are closed.