ଭୁବନେଶ୍ୱର: ଦରଦାମ ବଢ଼ୁଛି, ଆକ୍ରୋଶ ତେଜୁଛି । ରାଜ୍ୟରେ ପନିପରିବା ସହ ଅନ୍ୟ ସାମଗ୍ରୀର ଦର ବଢ଼ି ଚାଲିଛି । ପରିବା ବଜାରରେ କୌଣସି ବି ପନିପରିବା ଦର ଶହେ ତଳେ ନାହିଁ । ଯାହାକୁ ନେଇ ଜନ ଆକ୍ରୋଶ ବଢ଼ିଥିବା ବେଳେ ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଓଡ଼ିଶା ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନ ଘେରାଉ ସହ ପ୍ରତିବାଦ କରାଯାଇଥିଲା ।
ପ୍ରତିବାଦ ବେଳେ ଛାତ୍ର କଂଗ୍ରେସ ନେତା ପରିବା ମାଳ ପିନ୍ଧିଥିବା ଦେଖା ଯାଇଥିଲା । ଦରବୃଦ୍ଧିକୁ ନେଇ ତାତି ଥିବା ଛାତ୍ର କଂଗ୍ରେସ ଯୋଗାଣ ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ ଓ ଭେଣ୍ଡି ଫିଙ୍ଗି ପ୍ରତିବାଦ କରିଥିଲେ । ପ୍ରତିବାଦ ବେଳେ ମନ୍ତ୍ରୀଙ୍କ ବାସଭବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ଛାତ୍ର କଂଗ୍ରେସ ନେତା । ଫଳରେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଏବେ ବଜାରରେ ଟମାଟୋ ଓ ବିନ୍ସ ଭଳି ପରିବା ଦର ଶହେ ଟଙ୍କା ଉପରେ ରହିଛି । ଯାହାକୁ ନେଇ ପ୍ରତି ପରିବାରରେ ଭାଳେଣି ପଡ଼ିଥିବା ବେଳେ ଖାଇବା ଥାଳିରେ ବ୍ୟଞ୍ଜନ କମି ଯାଇଛି । ବାଇଗଣ, ଭେଣ୍ଡି, ପୋଟଳ ଆଦିର କେଜି ପିଛା ଦର ୮୦ରୁ ଶହେ ଟଙ୍କା ରହିଛି ବଜାରରେ । କଞ୍ଚା ଲଙ୍କା କେଜି ୩୦୦ ଟଙ୍କାରେ ବିକ୍ରି ହେଉଛି ।
Comments are closed.