ପୁରୀ: ମହାପ୍ରଭୁଙ୍କ ପବିତ୍ର ବାହୁଡାବେଳେ ରଥ ଦଉଡି ଛିଣ୍ଡ ଆହତ ହୋଇଥିବା ଭୋଇ ସେବକଙ୍କର ମୃତ୍ୟୁ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି । ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ି ଗୁରୁତର ଥିବା ଭୋଇ ସେବକ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । !ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ମୃତ ଭୋଇ ସେବକଙ୍କ ନାଁ ନକୁଳ ଭୋଇ । ବାହୁଡ଼ା ଦିନ ସେ ଗୁରୁତର ହୋଇଥିଲେ । ବାହୁଡା ଦିନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସୁରୁଖୁରରେ ଆସି ସିଂହଦ୍ୱାରରେ ଲାଗି ଯାଇଥିଲା । ହେଲେ ତା ପୂର୍ବରୁ ମାର୍କେଟ ଛକ ନିକଟରେ ଘଟିଥିଲା ଅଘଟଣ । ବଳଭଦ୍ରଙ୍କ ରଥଟଣା ଚାଲିଥିବାବେଳେ ହଠାତ ଦଉଡି ଛିଣ୍ଡି ଯାଇଥିଲା । ଫଳରେ ଜଣେ ଭୋଇ ସେବାୟତଙ୍କ ସମେତ ୬ ଜଣ ଆହତ ହୋଇଥିଲେ ।
ଅନ୍ୟପକ୍ଷେ ସେଦିନ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ରଥଟାଣୁଥିବାବେଳେ ଗରମ ଓ ଗୁଳୁଗୁଳିରେ ଅଣନିଃଶ୍ୱାସୀ ହୋଇପଡିଥିଲେ । ଭିଡି ଭିତରେ ପ୍ରାୟ ୮ ଜଣ ଭକ୍ତ ଶ୍ୱାସରୁଦ୍ଧ ହୋଇ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
Comments are closed.