Latest Odisha News

BREAKING NEWS

ଡ଼୍ରେନକୁ ଧୁମ୍‌ଧାମ୍‌ରେ ବିବାହ କଲେ ମହିଳା: ପାର୍ଟିକୁ ଆସିଥିବା ଅତିଥି ଗନ୍ଧରେ ବାନ୍ତି କଲେ

ବ୍ରିଟେନ୍‌: ପୂର୍ବରୁ ଭାରତରେ ଅନେକ ନଦୀ ଥିଲା । ନଦୀ ବ୍ୟତୀତ ହ୍ରଦ କିମ୍ବା ପୋଖରୀ ଅଳ୍ପ ଦୂରତାରେ ଦେଖିବାକୁ ମିଳୁଥିଲା । ବର୍ଷା ଜଳ ସଂରକ୍ଷଣ ପାଇଁ ଲୋକମାନେ ପୋଖରୀ ଖୋଳୁଥିଲେ । କିନ୍ତୁ ସମୟ ବଦଳିବା ସହିତ ଜନସଂଖ୍ୟା ବୃଦ୍ଧି ପାଇଲା । ନିଜ ବାସସ୍ଥାନ ପାଇଁ ଅନେକ ପୋଖରୀକୁ ପୋତିବାକୁ ଲାଗିଲେ । ଆଉ କିଛି ନଦୀକୁ ଡ୍ରେନରେ ପରିଣତ କରିଦେଲେ । ସେମାନେ ନିଜ ଘରର ସମସ୍ତ ମଇଳା ସେଥିରେ ଫିଙ୍ଗିବା ଆରମ୍ଭ କଲେ । ଏହାର ଫଳ ସ୍ୱରୂପ, ଆଜି ଟିକିଏ ଖରା ବଢିଲେ ଜଳ ଅଭାବ ଦେଖାଦେଉଛି । କେବଳ ଭାରତୀୟମାନେ ନଦୀକୁ ଡ୍ରେନରେ ପରିଣତ କରନ୍ତି, ତାହା ନୁହେଁ , ବିଦେଶରେ ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ନଦୀକୁ ପ୍ରଦୂଷିତ କରି ନିଜ ସ୍ୱାର୍ଥରେ ଡ୍ରେନରେ ପରିଣତ କରିଛନ୍ତି । ଲୋକମାନଙ୍କୁ ଏହି ନଦୀଗୁଡ଼ିକର ମହତ୍ୱ୍ୱ ବିଷୟରେ ଜଣାଇବାକୁ ଜଣେ ଯୁବତୀ ଏକ ଡ଼୍ରେନ୍ ପାଲଟିଥିବା ନଦୀକୁ ଧୁମ୍‌ଧାମ୍‌ରେ ବିବାହ କରିଛନ୍ତି । ଆଉ ଅତିଥିଙ୍କୁ ବି ନିମନ୍ତ୍ରଣ କରିଛନ୍ତି । ଏହି ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମେଘନ୍ ଟ୍ରମ୍ପ ନାମକ ଜଣେ ଯୁବତୀ ବ୍ରିଟେନ୍‌ରେ ରୁହନ୍ତି । ବୃତ୍ତିରେ ସେ ଜଣେ ସନ୍ତରଣକାରୀ । ଏବେ ମେଘନ୍ ଏଠାରେ ଥିବା ଆଭନ୍ ନଦୀକୁ ଧୁମଧାମ୍‌ରେ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । ସେ ଏହି ମଇଳା ନଦୀ କୂଳରେ ବିବାହ କରିଥିଲେ । ସେ ତାଙ୍କର ଏହି ବିବାହ ଉତ୍ସବକୁ ତାଙ୍କର ସମସ୍ତ ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ନିମନ୍ତ୍ରଣ କରିଥିଲେ । କିନ୍ତୁ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା ଅତିଥିମାନେ ଡ୍ରେନର ଦୁର୍ଗନ୍ଧ ହେତୁ ବାନ୍ତି କରିବାକୁ ଆରମ୍ଭ କରିଥିଲେ । ବିବାହ ପରେ ମେଘନ ମଧ୍ୟ ତାଙ୍କ ନାମ ପରିବର୍ତ୍ତନ କରିବାକୁ ଚିନ୍ତା କରୁଛନ୍ତି ।

ମେଘନ କହିଛନ୍ତି ଯେ, ଏକଦା ବ୍ରିଟେନ୍‌ର ଏହି ଆଭନ୍ ନଦୀ ବୃହତ୍ତମ ଓ ବହୁତ ପରିଷ୍କାର ଥିଲା । କିନ୍ତୁ ବର୍ତ୍ତମାନ ସମଗ୍ର ସହରର ଅଳିଆ ଆବର୍ଜନା ଏଥିରେ ପକାଯାଉଛି । ଫଳରେ ନଦୀଟି ପୋତି ହେବା ସହ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି । ଏବେ ତାହା ଏକ ଡ଼୍ରେନ୍‌ରେ ପରିଣତ ହୋଇଯାଇଛି । ସେହି ରାସ୍ତା ଦେଇ ଯିବା ଲୋକଙ୍କ ପାଇଁ କାଠିକର ପାଠ ହୋଇପଡ଼ୁଛି । ମୁଁ ଏହି ନଦୀକୁ ବିବାହ କରି ଲୋକଙ୍କୁ ସଚେତନ କରିବାକୁ ଚାହୁଁଛି । ଏହି ନଦୀକୁ ସଫେଇ କରିବା ପାଇଁ ଏକ ଅଭିଯାନ ଆରମ୍ଭ ମଧ୍ୟ କରିଛି ବୋଲି କହିଛନ୍ତି ମେଘନ ।

Comments are closed.