Latest Odisha News

BREAKING NEWS

‘ଅପାଠୁଆ’ ନେତାଙ୍କ ଦ୍ୱାରା ଶାସିତ ଦେଶ ମନ୍ତବ୍ୟ ଦେଇ ସମାଲୋଚନାର ଶୀକାର ହେଲେ କାଜଲ

ମୁମ୍ବାଇ : ଭାରତ ‘ଅପାଠୁଆ’ ନେତାମାନଙ୍କ ଦ୍ୱାରା ଶାସିତ ହେଉଛି । ତେଣୁ ଭାରତରେ ପରିବର୍ତ୍ତନର ଗତି ମନ୍ଥର । ଏପରି କିଛି ମନ୍ତବ୍ୟ ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ କାଜଲ । ଏହାକୁ ନେଇ ସେ ସୋସିଆଲ ମିଡ଼ିଆରେ ସମାଲୋଚନାର ଶିକାର ହୋଇଛନ୍ତି ।

ନିକଟରେ ଏକ ସାକ୍ଷାତ୍‌କାରରେ କାଜଲ କହିଥିଲେ ଯେ, ଭାରତରେ ପରିବର୍ତ୍ତନର ଗତି ଅତି ମନ୍ଥର । କାରଣ ଲୋକମାନେ ନିଜର ପୁରୁଣା ପରମ୍ପରାକୁ ଜାବୁଡ଼ି ଧରିଛନ୍ତି । ଉପଯୁକ୍ତ ଶିକ୍ଷା ବି ନାହିଁ । ଅପାଠୁଆ ରାଜନେତାମାନଙ୍କ ଦ୍ୱାରା ଦେଶ ଚାଲୁ୍‌ଥିବା କହିଥିଲେ । କାଜଲଙ୍କର ଏପରି ମନ୍ତବ୍ୟକୁ ଲୋକେ ସହଜରେ ଗ୍ରହଣ କରି ପାରି ନାହାନ୍ତି । ତେଣୁ ଲୋକେ ସମାଲୋଚନା କରିଛନ୍ତି ।

କାଜଲଙ୍କ ମନ୍ତବ୍ୟକୁ ନେଇ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ କହିଛନ୍ତି ଯେ, ପ୍ରିୟାପ୍ରୀତିତୋଷଣ ନୀତି ଯୋଗୁ ଉପରକୁ ଉଠିଥିବା ଅଭିନେତ୍ରୀ କାଜଲ ଜଣେ ସ୍କୁଲ୍ ଡ୍ରପ୍‌ଆଉଟ୍ । ଆଉ ଜଣେ ଲେଖିଛନ୍ତି, କାଜଲ ଅଷ୍ଟମ ଶ୍ରେଣୀରୁ ପାଠ ଛାଡ଼ିଛନ୍ତି । ଆଉ କିଛି ଲୋକ କାଜଲଙ୍କ ଏହି ମନ୍ତବ୍ୟକୁୁ ସମର୍ଥନ ବି କରିଛନ୍ତି । ଜଣେ ଲେଖିଛନ୍ତି, ସେ ନିଜକୁ ଉଚ୍ଚଶିକ୍ଷିତ ବୋଲି ତ କହୁନାହାନ୍ତି । କିନ୍ତୁ ତାଙ୍କର କିଛି ନକଲି ଡିଗ୍ରି ନାହିଁ ।

ସମାଲୋଚନାର ଶୀକାର ହେବା ପରେ କାଜଲ ନିଜ ମନ୍ତବ୍ୟ ଉପରେ ପୁଣି ସଫେଇ ଦେଇଛନ୍ତି । ସେ କହିଛନ୍ତି ଯେ, ଶିକ୍ଷାର ଗୁରୁତ୍ୱ ଉପରେ କହିବା ଥିଲା ତାଙ୍କ ଉଦ୍ଦେଶ୍ୟ । କୌଣସି ରାଜନେତାଙ୍କୁ ହୀନ ପ୍ରତିପାଦିତ କରିବା ପାଇଁ ଏହା କହିନାହାନ୍ତି । ଆମ ଦେଶରେ ଅନେକ ମହାନ ରାଜନେତା ଅଛନ୍ତି ଓ ସେମାନେ ଦେଶକୁ ଠିକ୍ ମାର୍ଗରେ ପରିଚାଳିତ କରୁଛନ୍ତି ବୋଲି ସଫେଇ ଦେଇଛନ୍ତି କାଜଲ ।

Comments are closed.