Latest Odisha News

ଝାରସୁଗୁଡାରେ ମାଲବାହୀ ଟ୍ରେନକୁ ଅଟକାଇଲେ ଗ୍ରାମବାସୀ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ରାଜପୁର ନିକଟରେ ଉତ୍ୟକ୍ତ ଗ୍ରାମବାସୀମାନେ ରେଳରୋକ କରିବା ସହ ଏକ ମାଲଗାଡି ଟ୍ରେନକୁ ଅଟକାଇ ଦେଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ଅଞ୍ଚଳରେ ନିର୍ମିତ ଏକ ରେଳ ଓଭରବ୍ରିଜ୍ ନିର୍ମାଣରେ ଅତ୍ୟଧିକ ବିଳମ୍ବ ହେଉଥିବା ଯୋଗୁଁ ଗ୍ରାମବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରେଳରୋକ କରିଛନ୍ତି।

ଏହି ଆନ୍ଦୋଳନ ଫଳରେ ବସୁନ୍ଧରା ଖଣିରୁ ଝାରସୁଗୁଡା ଯାଏଁ ହେଉଥିବା କୋଇଲା ପରିବହନ ବାଧାପ୍ରାପ୍ତ ହୋଇଛି ।

Leave A Reply

Your email address will not be published.