Latest Odisha News

BREAKING NEWS

ବାହୁବଳୀ, ଆରଆରଆରଠାରୁ ଆହୁରି ଭବ୍ୟ ହେବ ରାଜମୌଲୀଙ୍କ ପରବର୍ତୀ ଫିଲ୍ମ

ମାଡ୍ରାସ: ଲୋକପ୍ରିୟ ଫିଲ୍ମ ନିର୍ମାତା ଏସଏସ ରାଜମୌଲୀ ଓ ମହେଶ ବାବୁଙ୍କ ଆଗାମୀ ପ୍ୟାନ ଇଣ୍ଡିଆ ପ୍ରୋଜେକ୍ଟ ଏବେଠାରୁ ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିଲାଣି । ସ୍କ୍ରିପ୍ଟ ରାଇଟର କେଭି ବିଜୟେନ୍ଦ୍ର ପ୍ରସାଦ କହିଛନ୍ତି ଏହି ପ୍ରୋଜେକ୍ଟ ବାହୁବଳୀ ଓ ଆରଆରଆରଠାରୁ ଆହୁରି ଭବ୍ୟ ହେବ । ଏହା ଏକ ଆଡଭେନଚର ଫିଲ୍ମ । ମହେଶ ବାବୁଙ୍କ ସହ ଏହି ପ୍ରୋଜେକ୍ଟରେ ସାମିଲ ସମସ୍ତ ଟିମ ୩ ମାସ ପାଇଁ ୱାର୍କଶପରେ ଭାଗ ନେବେ । ଏହା ପରେ ଫିଲ୍ମର ଶୁଟିଂ ଆରମ୍ଭ ହେବ । ରିପୋର୍ଟ ଅନୁସାରେ ଏହି ଫିଲ୍ମ ଭଗବାନ ହନୁମାନଙ୍କ କାହାଣୀ ଉପରେ ପ୍ରେରିତ ।

ମହେଶବାବୁ ହନୁମାନଙ୍କ ଭୂମିକା କରିପାରନ୍ତି । ରାଜମୌଲୀଙ୍କ ତାଙ୍କ ଫିଲ୍ମରେ ରାମାୟଣ ଓ ମହାଭାରତରୁ ପ୍ରେରଣା ନେଇଥାନ୍ତି । ଭାରତୀୟ ସଂସ୍କୃତି ଉପରେ ତାଙ୍କ ଫିଲ୍ମ ପର୍ଯ୍ୟବେଶିତ ହୋଇଥିବାରୁ ଦର୍ଶକଙ୍କ ବେଶ ପସନ୍ଦ ଆସିଥାଏ । ଏହି ଫିଲ୍ମରେ ମଧ୍ୟ ଆକ୍ସନ, ରୋମାଂଚ ଓ ଡ୍ରାମା ରହିଛି । ଫିଲ୍ମର ଅନ୍ୟ ଷ୍ଟାରକାଷ୍ଟ ଚୂଡାନ୍ତ ହେବା ପରେ ଏହାର ଶୁଟିଂ ହେବ ।

Comments are closed.