Latest Odisha News

BREAKING NEWS

କବିତା: ଅଦୃଶ୍ୟ ପ୍ରାଚୀର

ସଞ୍ଜିତା ପ୍ରଧାନ 

ବିକଶିତ ପଥକୁ ଅବରୋଧ କରି
କୁଟିଳ ଅଟ୍ଟହାସ୍ୟ ହସି
ଦେଖ ସେ ଆଗେଇ ଯାଉଛି ,
ବିଶୃଙ୍ଖଳାର ଡିଣ୍ଡିମ ପିଟି
ବାଧା ସୃଷ୍ଟି କରି ଚାଲିଛି ,
ସେ ଅପ୍ରତିମ , ଅପ୍ରତିଦ୍ବନ୍ଦୀ
ସେ ବିଶ୍ଵରୂପୀ , ନିରାକାର
ଅଦୃଶ୍ୟ ପ୍ରାଚୀର ।

କେତେବେଳ ଅନ୍ଧବିଶ୍ୱାସର ଦ୍ୱାହିଦେଇ ,
ପୁଣି କେତେବେଳେ ଦୁର୍ନୀତି ଭ୍ରଷ୍ଟାଚାରର
ପ୍ରଲେପରେ ଘୋଡେଇ ହୋଇ ,
ପ୍ରରୋଚନା ଚଳେଇଛି
ଅବୁଝା ତା’ର କର୍ମ , ମର୍ମ
ଦୁର୍ଭେଦ୍ୟ ରୂପ ସମ୍ଭାର
ସେ ଅଦୃଶ୍ୟ ପ୍ରାଚୀର ।

କେବେ କଳା ଧଳା ପଶା ପାଲିରେ
ଛନ୍ଦ କପଟର ଚାଲେ ସତରଞ୍ଜ
କପଟୀର ହୁଏ ଜୟ ଜୟକାର ,
ପରିଚାୟକ ରାତାରାତି
ଚରିତ୍ରର ପରିବର୍ତ୍ତନ କରେ ,
ଖଳନାୟକ ହୁଙ୍କାର ମାରେ ,
ରକ୍ତ ଛିଟାରେ ଲେଖା ହୁଏ
ନୂତନ ଏକ ମହାକାବ୍ୟ ,
ଆଉ ମୁକ ସାକ୍ଷୀ ଏ ସବୁର
ଅଦୃଶ୍ୟ ପ୍ରାଚୀର
ଅଦୃଶ୍ୟ ପ୍ରାଚୀର ।

ସୁନ୍ଦରଗଡ଼

Leave A Reply

Your email address will not be published.