ଭୁବନେଶ୍ୱର: ଓଡ଼ିଶାର ଶ୍ରୀଜଗନ୍ନାଥ ସଂସ୍କୃତି ଭିତିକ ସଂଗଠନ ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ଟ୍ରଷ୍ଟର ସଭାପତି ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର, ସମ୍ପାଦକ ଗବେଷକ ଡକ୍ଟର ଭାସ୍କର ମିଶ୍ର , ବଡୁ ସୁଆର ନିଯୋଗର ସମ୍ପାଦକ ଶ୍ରୀଯୁକ୍ତ ବିଶ୍ୱନାଥ ସାମନ୍ତରା ପ୍ରମୁଖ ‘ଶ୍ରୀ ବିମଳା ରହସ୍ୟ’ ଗ୍ରନ୍ଥ ଅର୍ପଣ କରିଛନ୍ତି । ଗ୍ରନ୍ଥଟି ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ପ୍ରକାଶ କରାଯାଇଛି ।
ବରିଷ୍ଠ ପ୍ରାବନ୍ଧିକ ପୂର୍ଣ୍ଣେନ୍ଦୁ କୁମାର ନନ୍ଦଙ୍କ ଦ୍ୱାରା ସଂଗୃହୀତ ଏହି ଗ୍ରନ୍ଥଟିରେ ପ୍ରଥମ ଥର ପାଇଁ ମା ବିମଳାଙ୍କ ବିଭିନ୍ନ ସ୍ତୁତି, ସ୍ତୋତ୍ର, ପ୍ରତିଷ୍ଠା ମାହାତ୍ମ୍ୟ, ପୂଜା ଓ ବିଗ୍ରହ ତତ୍ୱ ସ୍ଥାନୀତ ହୋଇଛି ।
ଦେବୀ ବିମଳାଙ୍କ ସମ୍ବନ୍ଧରେ ରଚିତ ଏହି ଉପାଦେୟ ଗ୍ରନ୍ଥଟି ଶ୍ରୀମନ୍ଦିରର ସମସ୍ତ ସୂଚନା କେନ୍ଦ୍ରମାନଙ୍କରେ ଉପଲବ୍ଧ ହେଉଅଛି ବୋଲି ଶ୍ରୀଯୁକ୍ତ ଦାସ ମହାପାତ୍ର ଜଣାଇଛନ୍ତି । ଏହି ଅବସରରେ ସୋଆ ପରିଚାଳିତ ଆଇଟିଇଆର୍ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଉପସ୍ଥିତ ଥିଲେ ।
Comments are closed.