Latest Odisha News

BREAKING NEWS

ଇଣ୍ଡୋନେସିଆର ଏହି ମନ୍ଦିରକୁ ଜଗି ରହିଛନ୍ତି ବିଷଧର ସାପ

ଜାକର୍ତା: ଇଣ୍ଡୋନେସିଆର ସମୂଦ୍ର ମଧ୍ୟରେ ତନାହ ଲୋନ ନାମକ ମନ୍ଦିର ରହିଛି । ୬୦୦ ବର୍ଷ ତଳର ଏହି ମନ୍ଦିରକୁ ଏକ ଚଟ୍ଟାଣ ଉପରେ ନିର୍ମାଣ କରାଯାଇଛି । ଏବେ ବି ଭକ୍ତ ଏବଂ ପର୍ଯ୍ୟଟକମାନେ ମନ୍ଦିରକୁ ଦେଖିବାକୁ ଆସିଥାନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ମନ୍ଦିରକୁ ବିଷଧର ସାପମାନେ ଜଗି ରହିଥାନ୍ତି । ସେମାନେ ମନ୍ଦିର ତଳେ ଲୁଚି କରି ରହିଥାନ୍ତି । ୧୯୮୦ ଦଶକରେ ଏହି ମନ୍ଦିର ଦୁର୍ବଳ ହୋଇ ଭାଙ୍ଗିବାକୁ ଲାଗିଥିଲା । ଜାପାନ ସରକାରଙ୍କ ସହାୟତାରେ ଏହାକୁ କୃତ୍ରିମ ଚଟାଣରେ ଢାଙ୍କି ଦିଆ ଯାଇଥିଲା । ଏହା ପରେ ଏହି ମନ୍ଦିର ପ୍ରତି ଆଉ କୌଣସି ବିପଦ ଆସି ନାହିଁ । ୧୫୦୦ରେ ନିରର୍ଥ ନାମକ ଏକ ପୂଜାରୀ ଏହି ମନ୍ଦିର ନିର୍ମାଣ କରିଥିଲେ ।

ସମୂଦ୍ର କୂଳରେ କିଛି ବାଟ ଚାଲିବା ପରେ ଏହି ଚଟାଣ ଉପରେ ସେ ମନ୍ଦିର କରିବେ ବୋଲି ପଣ କରିଥିଲେ । ତାଙ୍କୁ ଏହି କାର୍ଯ୍ୟରେ କେଉଟ ସମ୍ପ୍ରଦାୟର ଲୋକମାନେ ସାହାଯ୍ୟ କରିଥିଲେ । ସେବେଠାରୁ ଏହା ସମୁଦ୍ର ଦେବାତା ଭାବେ ପୂଜା ପାଉଥିଲେ । ଲୋକ କଥା ଅନୁସାରେ ଦୁଷ୍ଟ ଆତ୍ମା କବଳରୁ ମନ୍ଦିରକୁ ସୁରକ୍ଷିତ ରଖିବା ପାଇଁ ପୂଜାରୀ ନିଜ ଶକ୍ତି ବଳରେ ଏକ ସର୍ପ ଉତ୍ପନ୍ନ କରିଥିଲେ । ସେବେଠାରୁ ଏହି ସର୍ପ ଏବଂ ତାର ବଂଶଜ ମନ୍ଦିରକୁ ରକ୍ଷା କରି ଆସୁଛନ୍ତି ।

Comments are closed.