ଜଳେଶ୍ୱର: ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ଆୟୋଜିତ କମ୍ବାଇନ ଗ୍ରାଜୁଏଟ ଲେଭଲ ପ୍ରଶ୍ନପତ୍ର ଡିଲ ବେଳେ ଚଢ଼ାଉ । ସାଇବର ପୋଲିସ ଓ ତାଳସୀରରେ ମେରାଇନ ପୋଲିସର ୨୦ ଜଣିଆ ଟିମ ଦୀଘାର ଏକ ଘରୋଇ ହୋଟେଲରେ ଚଢାଉ କରିଥିଲା । ଚଢାଉ ବେଳେ ଜଣେ ମହିଳାଙ୍କ ସମେତ ୧୦ ଜଣ ଦଲାଲଙ୍କୁ ଅଟକ ରଖାଯାଇଛି । ମୁଖ୍ୟ ଅଭିଯୁକ୍ତ ଭୁବନେଶ୍ୱର ଅଞ୍ଚଳରେ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଦୀଘାର ଏକ ଘରୋଇ ହୋଟେଲରେ ୧୦ଲକ୍ଷ ଟଙ୍କାରେ ପ୍ରଶ୍ନ ପତ୍ର ବିକ୍ରି ପାଇଁ ଡ଼ିଲ ହେଉଥିଲା l ବିଶେଷସୂତ୍ରରୁ ଖବରପାଇ ଚଢ଼ାଉ କରିଥିଲା ପୋଲିସ l ଘଟଣାସ୍ଥଳରୁ ୬ଟି କାର ସହ ଏକ ଘରୋଇ ବସ ଜବତ କରାଯାଇଛି l ଜବତ ହୋଇଥିବା ବସରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୪୦ରୁ ଅଧିକ ପରୀକ୍ଷାର୍ଥୀ ଥିବା ସୂଚନା ମିଳିଛି l ତେବେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଅଟକ ରଖିଛି ପୋଲିସ l ତା ସହ ଜଣେ ମହିଳାଙ୍କ ସମେତ ୧୦ ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ l ପରୀକ୍ଷାର୍ଥୀ ରହିଥିବା ସୂଚନା ମିଳିଛି l ଘଟଣାର ଅଧିକ ତଦନ୍ତ କରୁଛି ବାଲେଶ୍ୱର ପୋଲିସ l
BREAKING NEWS
- Free Petrol Langar: ଜଲଦି ଯାଆନ୍ତୁ…ମାଗଣା ପେଟ୍ରୋଲ୍! ମାଗଣା ଆଇଫୋନ୍?
- Trump Praises India: ଭାରତର ନିର୍ବାଚନ ବ୍ୟବସ୍ଥାକୁ ଟ୍ରମ୍ପଙ୍କ ପ୍ରଶଂସା, ଆମେରିକାରେ ‘ଭୋଟର ଆଇଡି’ ପାଇଁ ଦେଲେ ଭାରତର ଉଦାହରଣ
- ରାମ ମନ୍ଦିର ଦାନ ଚୋରି ମାମଲା; ଚମ୍ପତ ରାୟ ଓ ଅନିଲ ମିଶ୍ରଙ୍କୁ କ୍ଲିନ୍ଚିଟ୍
- ଖୋଲିଲା ହୀରାକୁଦର ଆଉ ୩ ଗେଟ୍
- BJP Appointments: ପଞ୍ଜାବରେ ସରକାର ଗଠନ, ୟୁପି-ଗୁଜରାଟରେ କ୍ଷମତା ବଜାୟ ରଖିବା ଚ୍ୟାଲେଞ୍ଜ..୩ ରାଜ୍ୟ ପାଇଁ ବିଜେପିର ବଡ଼ ଘୋଷଣା
- ଓଡ଼ିଶାର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
- Nitin Nabin’s New Team: ୨୦୨୭ ପାଇଁ ଅଣ୍ଟା ଭିଡିଲାଣି ବିଜେପି; ନିତିନ ନବୀନଙ୍କ ନୂଆ ଟିମରେ ଅଭିଜ୍ଞ ନେତାଙ୍କ ସହ ଅନେକ ନୂଆ ମୁହଁ, ସ୍ମୃତି ଇରାନୀଙ୍କୁ ପଦୋନ୍ନତି
- CM Vijay apologises: କାହିଁକି ଭୁଲ୍ ମାଗିଲେ ସିଏମ୍ ଥାଲାପତି?
- ମଧ୍ୟପ୍ରଦେଶରେ ପିକଅପ-ଟ୍ରକ୍ ଧକ୍କା, ୮ ଶ୍ରମିକ ମୃତ
- ଚେନ୍ ଛିନତାଇ ବେଳେ ବାଇକରୁ ଖସିପଡ଼ିଲା ଲୁଟେରା, କାବୁ କଲେ ଲୋକେ…

Comments are closed.